Latest Odisha News

BREAKING NEWS

ବିଶ୍ୱକପ ୨୦୨୩ର ଉଦଘାଟନୀ ସମାରୋହ ହେବନି

ଅହମ୍ମଦାବାଦ: ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ର ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବନି । ବିସିସିଆଇର ଜନୈକ ଅଧିକାରୀ ନାମ ନ ପ୍ରକାଶ କରି ଏହି ସୂଚନା ଦେଇଛନ୍ତି । ୪ ଅକ୍ଟୋବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ କ୍ୟାପଟେନ ଡେ ସେରମୋନୀ କିମ୍ବା ପ୍ୟାରେଡ ହେବ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଏହା ଆୟୋଜିତ ହେବ ବୋଲି ଉକ୍ତ ଅଧିକାରୀଜଣଙ୍କ କହିଛନ୍ତି । ବିସିସିଆଇ ପକ୍ଷରୁ ଉଦଘାଟନୀ କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ଯୋଜନା ନ ଥିଲା । ଏହା ବାତିଲ ହେବାର ପ୍ରଶ୍ନ କେଉଁଠାରୁ ଉଠିଲା ବୋଲି ପ୍ରଶ୍ନ କରାଯାଇଛି । ପୂର୍ବ ପ୍ରକାଶିତ ରିପୋର୍ଟ ଅନୁସାରେ ଅକ୍ଟୋବର ୪ରେ ହେବାକୁ ଥିବା ଉଦଘାଟନୀ କାର୍ଯ୍ୟକ୍ରମରେ ରଣବୀର ସିଂ, ଅରଜିତ ସିଂ, ତମନ୍ନା ଭାଟିୟା, ଶ୍ରେୟା ଘୋଷାଲ ଓ ଆଶ ଭୋଁସଲେ ପ୍ରଦର୍ଶନ କରିବାକୁ ଥିଲା ।

ଏବେ କ୍ୟାପଟେନ ଡେ ପ୍ୟାରେଡରେ ୧୦ ଟିମର ଅଧିନାୟକ ନିଜ ନିଜ ଦେଶର ଜର୍ସିରେ ଉପଲବ୍ଧ ହେବେ । ଏହା ପରେ ସେମାନେ ଯେଉଁଠାରେ ମ୍ୟାଚ ହେବାକୁ ଥିବ ସେ ସ୍ଥାନକୁ ଫେରିବେ । ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପରେ ବିଶୃଙ୍ଖଳା ନେଇ ଧମକ ଦେଇଛି । କ୍ରିକେଟ ବିଶ୍ୱକପ ନୁହେଁ ଏଥର ଆତଙ୍କବାଦ ବିଶ୍ୱକପ ହେବ ବୋଲି ସେ କହିଥିଲା । ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ବୟାନ ଏ ପର୍ଯ୍ୟନ୍ତ ଆସି ନାହିଁ ।

Leave A Reply

Your email address will not be published.