Latest Odisha News

ସହରବ୍ୟାପୀ ମାଗଣା ୱାଇଫାଇ ସେବା ଆଜିଠୁ ଆରମ୍ଭ

ଭୁବନେଶ୍ୱର : ସ୍ମାର୍ଟସିଟିର ଏକ ଅଂଶବିଶେଷ ଭାବେ ପଦକ୍ଷେପ ନିଆଯାଇ ମାଗଣା ୱାଇଫାଇ ସେବା ସୋମବାର ଠାରୁ ସହରବ୍ୟାପୀ ଆରମ୍ଭ ହେବାକୁ ଯାଉଛି ।

ସ୍ମାର୍ଟସିଟିରେ ପ୍ରଥମଥର ପାଇଁ ଏହି ସେବା ପ୍ରଥମ ୩୦ ମିନିଟ୍ ପାଇଁ ମାଗଣା ପ୍ରଦାନ କରାଯିବ । ଇଣ୍ଟରନେଟ୍ ଡାଟା ୨୫୦ ଏମବି ଦିଆଯିବାକୁ ଥିବାବେଳେ ଅଧିକ ଇଣ୍ଟରନେଟ୍ ବ୍ୟବହାର କରିବାକୁ ଚାହୁଁଥିବା ଗ୍ରାହକମାନଙ୍କୁ ପରବର୍ତ୍ତୀ ସମୟରେ ରିଚାର୍ଜ କରିବାକୁ ପଡିବ । ଏହି ସିଟି ୱାଇଫାଇରେ ୨ ଏମବିପିଏସ୍ ସ୍ପିଡରେ ଡାଟା ଉପଲବ୍ଧ କରାଯିବ ।

ମିଳିଥିବା ସୂଚନା ଅନୁଯାୟୀ ସହରବ୍ୟାପୀ ପାଖାପାଖି ୫୦୦ ୱାଇଫାଇ ହଟସ୍ପଟ୍ ସ୍ଥାପନ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୦୦ଟି ହଟସ୍ପଟ୍ ଆରମ୍ଭ ହେବ । ଏହି ସେବା କିଟ୍ ସ୍କୋୟାର ରୁ ରାଜଭବନ, ଆଚାର୍ଯ୍ୟ ବିହାରରୁ ଏଜି ସ୍କୋୟାର୍, ଶିଶୁ ଭବନ ଛକ ରୁ ବାଣୀବିହାର ଏବଂ ନାଲକୋ ସ୍କୋୟାରରୁ ଆଚାର୍ଯ୍ୟ ବିାହାର ଯାଏଁ ଉପଲବ୍ଧ ହେବ ।

Leave A Reply

Your email address will not be published.