Latest Odisha News

BREAKING NEWS

ସିକେ ନାୟୁଡୁ ଟ୍ରଫି: ଓଡିଶାକୁ ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଇନିଂସ ଅଗ୍ରଣୀ

ଭୁବନେଶ୍ୱର: ତ୍ରିଭେନ୍ଦ୍ରମରେ ଚାଲିଥିବା ସିକେ ନାୟୁଡୁ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଗୁରୁବାର ମଧ୍ୟପ୍ରଦେଶ ବିପକ୍ଷରେ ଓଡିଶା ୬୯ ରନର ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ମଧ୍ୟପ୍ରଦେଶର ପ୍ରଥମ ଇନିଂସ ସ୍କୋର ୩୩୧ ରନ ଜବାବରେ ଓଡିଶା ୪୦୦ ରନ ସଂଗ୍ରହ କରିଛି । ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ଓଡିଶା ୩ ୱିକେଟ ବିନିମୟରେ ୨୪୮ ରନ କରିଥିଲା । କାର୍ତିକ ବିଶ୍ୱାଳ ୯୧ ରନ ଯୋଗ କରିଥିବା ବେଳେ ଅନ୍ୟମାନେ ଆଉ ବଡ ସ୍କୋର କରିପାରି ନ ଥିଲେ ।

BjdElectrycity

ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ମଧ୍ୟପ୍ରଦେଶ ୪ ୱିକେଟ ବିନିମୟରେ ୧୧୧ ରନ ସଂଗ୍ରହ କରିଛି । ହାତରେ ଆଉ ୬ୱିକେଟ ଥିବା ବେଳେ ଦଳ ମାତ୍ର ୪୨ ରନ ଆଗରେ ରହିଛି । ଝାଡଖଣ୍ଡଠାରୁ ପରାଜିତ ହେବା ପରେ ଓଡିଶା ଏହି ମ୍ୟାଚରେ ବିଜୟ ହାସଲ ଲକ୍ଷ୍ୟରେ ରହିଛି ।

Leave A Reply

Your email address will not be published.