Latest Odisha News

BREAKING NEWS

ଅଭୁଲା ଗୀତ : ପରଦେଶୀ ବନ୍ଧୁ ତୁମେ

ସଙ୍ଗୀତ : ଅକ୍ଷୟ ମହାନ୍ତି
ଗାୟନ: ସିପ୍ରା ବୋଷ
ଗୀତ : ଦେବଦାସ ଛୋଟରାୟ
ଚଳଚ୍ଚିତ୍ର : କିଏ କାହାର, ୧୯୬୮

 

BjdElectrycity

ପରଦେଶୀ ବନ୍ଧୁ ତୁମେ

ପରଦେଶୀ ବନ୍ଧୁ ତୁମେ
ଯିବ ଉଡ଼ିଉଡ଼ିକି
ଯିବ ଉଡ଼ିଉଡ଼ିକି
କିମ୍ପାଇଁ ବାନ୍ଧିଲି ମନ
ମିଛେ ତୁମ କତିରେ
କିମ୍ପାଇଁ ବାନ୍ଧିଲି ମନ
ମିଛେ ତୁମ କତିରେ
ଛାତି ମୋ ହୁଏ ଖାଲି କରତି
ତୁମ କଥା କେମିତି କେମିତି
ହାୟ
ତୁମ କଥା କେମିତି କେମିତି

କେଉଁଠି ସହର ତୁମ
କେଉଁଠି ରହଣୀ
ଗୋଟିଏ ପଲକେ ନେଲ
ଚୋରାଇ ଚାହାଁଣି
ସରମରେ କରି ମୋର
ସପନ ଛାଉଣୀ
ଏତେ ଗୋ ଆପଣା କଲ
କାହିଁକି କେଜାଣି

ପରଦେଶୀ ବନ୍ଧୁ ତୁମେ
ଯିବ ଉଡ଼ିଉଡ଼ିକି
ଯିବ ଉଡ଼ିଉଡ଼ିକି
କିମ୍ପାଇଁ ବାନ୍ଧିଲି ମନ
ମିଛେ ତୁମ କତିରେ
କିମ୍ପାଇଁ ବାନ୍ଧିଲି ମନ
ମିଛେ ତୁମ କତିରେ
ଜାଣିଛି ଶଠ ତୁମ ପୀରତି
ତୁମ କଥା କେମିତି କେମିତି
ହାୟ
ତୁମ କଥା କେମିତି କେମିତି

କଥାରେ ସତର ବାଙ୍କ
ଯାହାକୁ ଗୋ ଜଣା
ତା’ ଲାଗି ମରମ ମୋର
ମରି ହେଲା ଝୁଣା
ଯା ଲାଗି ଅଞ୍ଜନ କଲି ଗହନ ଗଞ୍ଜଣା
ସେନେହ ବିଅର୍ଥ ତାର
ସୋହାଗ ଅଲଣା

ପରଦେଶୀ ବନ୍ଧୁ ତୁମେ
ଯିବ ଉଡ଼ିଉଡ଼ିକି
ଯିବ ଉଡ଼ିଉଡ଼ିକି
କିମ୍ପାଇଁ ବାନ୍ଧିଲି ମନ
ମିଛେ ତୁମ କତିରେ
ଛାତି ମୋ ହୁଏ ଖାଲି କରତି
ତୁମ କଥା କେମିତି କେମିତି
ହାୟ
ତୁମ କଥା କେମିତି କେମିତି

 

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Leave A Reply

Your email address will not be published.