Latest Odisha News

BREAKING NEWS

ନୟାଗଡ଼ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୟାଗଡ଼ ଶରଣକୁଳରେ ହାଇଓ୍ୱା ଧକ୍କାରେ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା । ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ ।

ଏହାବ୍ୟତୀତ ରେଡକ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ନୟାଗଡ଼ ଉପଜିଲ୍ଲାପାଳ । ଗତକାଲି ଅପରାହ୍ନରେ ଶରଣକୁଳରେ ସିରିଜ ଦୁର୍ଘଟଣା ଘଟିଥିଲା । ହାଇଓ୍ୱା ଧକ୍କା ଦେବାକୁ ୬ଜଣଙ୍କ ଅକାଳ ବିୟୋଗ ଘଟିଥିଲା । ଏହି ଘଟଣା ପରେ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ ।

Leave A Reply

Your email address will not be published.