Latest Odisha News

BREAKING NEWS

କାଲି ସକାଳେ ନବୀନଙ୍କ କ୍ୟାବିନେଟର ନୂଆ ମନ୍ତ୍ରୀ ନେବେ ଶପଥ

ଭୁବନେଶ୍ୱର: ସୋମବାର ସକାଳେ ରାଜ୍ୟ ମନ୍ତ୍ରିମଣ୍ଡଳର ପୁନର୍ଗଠନ ହେବ । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତାକାଲି ନୂଆ ମନ୍ତ୍ରୀ ଶପଥ ନେବାକୁ ଥିବାବେଳେ ରାଜ୍ୟପାଳ ସନ୍ଧ୍ୟାରେ ଭୁବନେଶ୍ୱର ଫେରିବେ ବୋଲି ଜଣାପଡ଼ିଛି । ନବ ଦାସଙ୍କ ଦେହାନ୍ତ ପରେ ଗୋଟିଏ ମନ୍ତ୍ରୀ ପଦ ଖାଲି ପଡ଼ିଥିବା ବେଳେ ଗତ ସପ୍ତାହରେ ମନ୍ତ୍ରିମଣ୍ଡଳରୁ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ସେହିଭଳି ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ବାଚସ୍ପତି ପଦ ।

ବାଚସ୍ପତି ଓ ୨ ମନ୍ତ୍ରୀଙ୍କ ଇସ୍ତଫା ପରେ ନବୀନଙ୍କ କ୍ୟାବିନେଟ୍ ପୁନର୍ଗଠନକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଛି । ତେବେ ନବୀନଙ୍କ କ୍ୟାବିନେଟରେ କେଉଁ ୩ ବିଧାୟକ ମନ୍ତ୍ରୀ ଭାବେ ସାମିଲ୍ ହେବେ ? କିଏ ହେବେ ବାଚସ୍ପତି ତାକୁ ନେଇ ବି ବେଶ୍ ଆଲୋଚନା ହେଉଛି । ଏବେ ସମସ୍ତଙ୍କ ନଜର ନବୀନ ନିବାସରୁ କେଉଁ ବିଧାୟକଙ୍କ ପାଖକୁ ଯାଉଛି ମନ୍ତ୍ରୀ ହେବା ପାଇଁ କଲ୍ ।

ଚର୍ଚ୍ଚା ହେଉଛି ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ତଥା ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ନବୀନ ମନ୍ତ୍ରୀ କରି ପାରନ୍ତି । ତା ଛଡ଼ା ପଶ୍ଚିମ ଓଡ଼ିଶାର ୨ ଟାଣୁଆ ନେତା ସୁଶାନ୍ତ ସିଂ ଓ ଶାରଦା ପ୍ରସାଦ ନାୟକଙ୍କୁ ନେଇ ବି ଚର୍ଚ୍ଚା ହେଉଛି ।

୨୦୨୪ ନିର୍ବାଚନ ପୂର୍ବରୁ ନବୀନ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରୁଥିବା ବେଳେ ସମସ୍ତଙ୍କ ନଜର ରହିଛି ପୁରୀ ଓ ଗଞ୍ଜାମ ଜିଲ୍ଲାରୁ କିଏ ହେଉଛନ୍ତି ମନ୍ତ୍ରୀ ? ଆଉ କାହାକୁ ମିଳୁଛି ବାଚସ୍ପତି ପଦ ?

Leave A Reply

Your email address will not be published.