Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ପାଇଁ ବିଜେଡିର ବଡ଼ ପ୍ରସ୍ତୁତି

ଭୁବନେଶ୍ୱର : ନୂଆଦିଲ୍ଲୀର କ୍ୟାପିଟାଲ ପାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯିବ। ଆସନ୍ତା ୪ ତାରିଖ ଦିନ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ । ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ  ଭୁବନେଶ୍ବର ଫେରିବେ ।

ଏହି ସମୟରେ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ବିମାନନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ । ଏ ନେଇ ଗତକାଲି  ଅନୁଷ୍ଠିତ ବୈଠକରେ ଉକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି  । ମୁଖ୍ୟମନ୍ତ୍ରୀ  ଜୀବନ ବ୍ୟାପୀ ସାଧନା ସମ୍ମାନ ଗ୍ରହଣ କରିବା ସମୟରେ ସେଠାରେ ଉପସ୍ଥିତ ରହିବା ପାଇଁ ୫ ନେତାଙ୍କୁ ଦିଲ୍ଲୀ ଯିବାକୁ କୁହାଯାଇଛି  ।

ମୁଖ୍ୟମନ୍ତ୍ରୀ ୬ ସେପ୍ଟେମ୍ୱରରେ ଓଡିଶା ପେରିବେ । ଏହି ସମୟରେ ତାଙ୍କୁ ସ୍ବାଗତ କରିବା ପାଇଁ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଅବସରରେ ମନ୍ତ୍ରୀ , ସାଂସଦ , ବିଧାୟକ , ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସମତେ ହଜାର ହଜାର କର୍ମୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱର ବିମାନବନ୍ଦର ଠାରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବେ । ଏକ ବିଶାଳ ପଟୁଆର ବିମାନବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ଆସିବ ।

Leave A Reply

Your email address will not be published.