Latest Odisha News

BREAKING NEWS

ମାସର ପ୍ରଥମ ଦିନରୁ ଖୁସି ଖବର: ଶସ୍ତା ହେଲା LPG ସିଲିଣ୍ଡର

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର। ହ୍ରାସ ପାଇଲା କମର୍ସିଆଲ୍ LPG ସିଲିଣ୍ଡର ଦର। ବିଶେଷ କରି ୧୯ କେଜି ବିଶିଷ୍ଟ କମର୍ସିଆଲ ବା ବାଣିଜ୍ୟିକ ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଏହା ବଡ଼ ଖୁସିର ଖବର । ୧୯ କେଜିଆ କମର୍ସିଆଲ ସିଲିଣ୍ଡର ପିଛା ଦର ୨୦୯ ଟଙ୍କା ହ୍ରାସ ପାଇଛି । ଏହି ନୂଆ ଦର ଆଜି ଅର୍ଥାତ ଅଗଷ୍ଟ ୧ ତାରିଖରୁ ସାରା ଦେଶରେ ଲାଗୁ ହୋଇଛି । ଏହି ଦର ହ୍ରାସ ପରେ ଏବେ ସିଲିଣ୍ଡରର ମୂଲ୍ୟ ୨୭୨୮ ଟଙ୍କାକୁ ଖସି ଆସିଛି ।

କୋଲକାତାରେ ୨୦୯ ଓ ଦିଲ୍ଲୀରେ କମିଲା ୨୦୨ ଟଙ୍କା। କୋଲକାତାରେ ୧୯ କେଜି ଦର ୨୮୭୨ ଟଙ୍କା ୫୦ ପଇସା। ଦିଲ୍ଲୀରେ ୧୯ କେଜି ଦର ୨୭୨୮ ଟଙ୍କାକୁ ହ୍ରାସ ପାଇଛି। ଘରୋଇ LPG ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନି। କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଶସ୍ତା ହେବା ଫଳରେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ଖାଦ୍ୟ ଦୋକାନୀମାନେ ବିଶେଷ ଭାବେ ଉପକୃତ ହେବେ ।

ବଜାରରେ ଖାଦ୍ୟପେୟର ଦାମ୍ ନିୟନ୍ତ୍ରଣରେ ରହିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି । ତେବେ ବାଣିଜ୍ୟିକ ସିଲିଣ୍ଡର ଦର କମିଥିଲେ ମଧ୍ୟ ୧୪.୨ କେଜି ବିଶିଷ୍ଟ ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଘରୋଇ ବ୍ୟବହାରକାରୀଙ୍କ ପାଇଁ ପୂର୍ବ ଦର ବଜାୟ ରହିଛି ।

Leave A Reply

Your email address will not be published.