Latest Odisha News

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା, ଜାଣନ୍ତୁ… 

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଭୁବନେଶ୍ୱର ଗସ୍ତ କରିବେ। ଯାହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି।

ପ୍ରଧାନମନ୍ତ୍ରୀ ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ରେ ଯୋଗ ଦେବା ପାଇଁ ଭୁବନେଶ୍ୱର ଗସ୍ତ କରିବେ। ଭିଭିଆଇପିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବଂ ଉତ୍ତମ ଟ୍ରାଫିକ ନିୟନ୍ତ୍ରଣ ସହ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସହରର କିଛି ରାସ୍ତାରେ ଟ୍ରାଫିକ କଟକଣା ଜାରି କରାଯାଇଛି।

ତେବେ ଜାଣନ୍ତୁ ଆସନ୍ତାକାଲି ପାଇଁ କେଉଁଠି ରହିଛି ଟ୍ରାଫିକ କଟକଣା…

Comments are closed.