Latest Odisha News

BREAKING NEWS

ସାମଗ୍ରିକ ସହରୀକରଣ ହେଉଛି ନବୀନଙ୍କ ୧୯ ନମ୍ବର ଗ୍ୟାରେଣ୍ଟି

ଭୁବନେଶ୍ଵର: ନବୀନଙ୍କ ଗ୍ୟାରେଣ୍ଟି ନମ୍ବର ୧୯ ହେଉଛି ସାମଗ୍ରିକ ସହରୀକରଣ । ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟମରେ କଟକରୁ ଭୁବନେଶ୍ୱର ମେଟ୍ରୋ ସେବା ପ୍ରଦାନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି l ଏଥିରେ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର l ଆସନ୍ତା ଦଶ ବର୍ଷରେ ଏହି ସେବାକୁ ଖୋର୍ଦ୍ଧାରୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ l ସାମଗ୍ରୀକ ସହରୀକରଣ ପ୍ରକ୍ରିୟାରେ, ଚାରୋଟି କ୍ଳଷ୍ଟର ତିଆରି କରାଯାଇ ଏହାର ବିକାଶ କରାଯିବ ବୋଲି ସମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେଡି ଜାତୀୟ ମୁଖପାତ୍ର ଅମର ପଟ୍ଟନାୟକ l

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଭୁବନେଶ୍ୱର-ଖୋର୍ଦ୍ଧା-କଟକ-ପୁରୀ ପ୍ରଥମ କ୍ଳଷ୍ଟର, ସମ୍ବଲପୁର-ଝାରସୁଗୁଡା-ରାଉରକେଲା ଦ୍ଵିତୀୟ କ୍ଳଷ୍ଟର, ବାରିପଦା-ବାଲେଶ୍ଵର-ଭଦ୍ରକ ତୃତୀୟ କ୍ଳଷ୍ଟର ଓ ବ୍ରହ୍ମପୁର-ଛତ୍ରପୁର-ଗୋପାଳପୁର ଚତୁର୍ଥ କ୍ଳଷ୍ଟର ଭାବେ ଚିହ୍ନିତ ହେବ l ଏହି କ୍ଳଷ୍ଟର ଗୁଡିକରେ ଆସନ୍ତା ଦଶ ବର୍ଷ ଭିତରେ ସବୁଜକରଣ ବୃଦ୍ଧି କରାଯିବ, କ୍ରୀଡା ଭିତ୍ତିଭୂମି, ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥା, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରାଯିବ l ତାଛଡ଼ା, ରାଜ୍ୟର ଅନ୍ୟ କୋଡିଏଟି ଛୋଟ ସହରକୁ ବଡ଼ ସହରରେ ପରିଣତ କରାଯିବ । ପୁରୀ ଠାରେ ଏଜ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ହେବାକୁ ଯାଉଥିବା ବେଳେ ଏହାକୁ ଏକ ଆନ୍ତର୍ଜାତୀୟ ଆଧ୍ୟାତ୍ମିକ କେନ୍ଦ୍ର ଭାବେ ଗଢି ତୋଳା ଯିବ l ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଏକ୍ସପ୍ରେସ ୱେର ନିର୍ମାଣ କରାଯିବ ଯାହାର ଉଭୟ ପାର୍ଶ୍ଵରେ କମରସିଆଲ କେନ୍ଦ୍ର ସହ ଅର୍ଥନୈତିକ କରିଡ଼ର ନିର୍ମାଣ କରାଯିବ l ଏହା ନିର୍ମିତ୍ତ ହେଲା ପରେ ଏହା ଏକ ଦେଶର ପ୍ରମୁଖ ବ୍ୟବସାୟ କେନ୍ଦ୍ର ଭାବେ ଉଭା ହେବ l

ବିଜୁ ଏକ୍ସପ୍ରେସ ୱେ ଦକ୍ଷିଣ ଗୋପାଳପୁର ଠାରୁ ଜୟପୁର ପର୍ଯ୍ୟନ୍ତ ନିର୍ମାଣ କରାଯିବା l ଲକ୍ଷ୍ମୀ ବସ ଓ ଜଗନ୍ନାଥ ବସ ସେବାକୁ ଆହୁରି ବ୍ୟାପକ କରାଯିବ l  ଓଡିଶାକୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକ ଇତ୍ୟାଦି ସ୍ଥାନକୁ ଆନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହୋଇଛି, ଏହାକୁ ଆହୁରି ଅନେକ ଆନ୍ତର୍ଜାତୀୟ ସହରକୁ ବୃଦ୍ଧି କରିବାକୁ ପ୍ରୟାସ କରାଯିବ l କ୍ରୀଡା କ୍ଷେତ୍ରରେ ଓଡିଶା ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଥିବା ବେଳେ ଆହୁରି ଅଧିକ କ୍ରୀଡା ଭିତ୍ତିଭୂମି ତିଆରି କରାଯିବ l ସେହି କର୍ମରେ, ବିଜେଡିର ନିର୍ବାଚନୀ ଇସ୍ତାହାରର ୧୭ ନମ୍ବର ଗ୍ୟାରେଣ୍ଟି ଭାବେ କଟକରେ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିଅମ, ସମ୍ବଲପୁରରେ ଆନ୍ତର୍ଜାତୀୟ ଫୁଟବଲ ଷ୍ଟାଡିଅମ ଓ ବ୍ରହ୍ମପୁର ଠାରେ ଆନ୍ତର୍ଜାତୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦିଆ ଯାଇଛି l

ଓଡିଶା ପୂର୍ବ ଭାରତର ଆଇଟି ହବ ହେବାକୁ ଯାଉଛି ଯାହାର ମୂଳଦୁଆ ପଡି ସାରିଛି l ବିଶ୍ୱର ଅନେକ ପ୍ରତିଷ୍ଠିତ ଆଇଟି କମ୍ପାନୀ ଭୁବନେଶ୍ୱର ଠାରେ ସେମାନଙ୍କ କାର୍ଯ୍ୟାଳୟ ଖୋଲି ସାରିଲେଣି ଓ ଅନେକ ଓଡ଼ିଶାର ଯୁବକ ମାନେ ଏଥିରେ ନିଯୁକ୍ତି ପାଇଲେଣି l ସେହିପରି, ସେମି କଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ମଧ୍ୟ ଓଡିଶା ଏକ ହବ ହେବାକୁ ଯାଉଛି l ସ୍ଥାନୀୟ ଏମଏସଏମଇ ୟୁନିଟ ଗୁଡିକୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରୋତ୍ସାହନ ଦିଆଯିବା ପାଇଁ ପାଞ୍ଚ ସହ କୋଟି ଟଙ୍କାର ଏକ କର୍ପସ ଫଣ୍ଡ ତିଆରି କରାଯିବ l ଡ଼ଃ ପଟ୍ଟନାୟକ ଆହୁରି କହିଥିଲେ, ରାଜ୍ୟର ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ରାଜ୍ୟ ସରକାରଙ୍କ ଜାଗା ମିଶନ ଏକ ଯୁଗାନ୍ତକାରୀ ପଦକ୍ଷେପ l ଏପରି ଯୋଜନା ଅନ୍ୟ କୌଣସି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇ ନାହିଁ l ଏହାକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ l

 

Leave A Reply

Your email address will not be published.