Latest Odisha News

BREAKING NEWS

ଦୀର୍ଘ ୩୦ଘଣ୍ଟା ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ଶାହରୁଖ ଖାନ

ମୁମ୍ବାଇ: ହସ୍ପିଟାଲରୁ ଡିସଚାର୍ଜ ହେଲେ ଶାହରୁଖ ଖାନ । ଦୀର୍ଘ ୩୦ ଘଣ୍ଟା ହସ୍ପିଟାଲରେ ରହିବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ସୁପରଷ୍ଟାର ଶାହରୁଖ ଖାନ । ଡିସଚାର୍ଜ ହେବା ପରେ ଶାହରୁଖ ଖାନ ଏୟାରପୋର୍ଟ ଯାଇଛନ୍ତି । ଗତକାଲି କିଙ୍ଗ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ଖରାପ ହୋଇଯିବାରୁ ତାଙ୍କୁ ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଖବର ମିଳିବା ପରଠାରୁ ଗତକାଲିଠାରୁ ଶାହାରୁଖଙ୍କ ସ୍ଵାସ୍ଥ୍ୟବସ୍ଥା ବିଷୟରେ ଜାନିବା ପାଇଁ ହସ୍ପିଟାଲ ବାହାରେ ଗଣମାଧ୍ୟମ ରିପୋର୍ଟରଙ୍କ ଭିଡ ଲାଗି ରହିଥିଲା । ସମସ୍ତେ ଶାହାରୁଖଙ୍କ ଏକ ଫଟୋ ନେବା ପାଇଁ ବ୍ୟସ୍ତ ହୋଇ ଅପେକ୍ଷା କରିଥିବା ବେଳେ ଶାହାରୁଖ କିନ୍ତୁ ହସ୍ପିଟାଲର ସାମ୍ନା ଗେଟ ପଟେ ନବାହାରି ପଛଗେଟରେ ବାହାରି ଚାଲିଯାଇଥିଲେ ।

ସୂଚନାଯୋଗ୍ୟ ଯେ, ଗତ ୨୧ ତାରିଖରେ ଅହମ୍ମଦାବାଦ ଷ୍ଟାଡିୟମରେ କୋଲକାତା ବିପକ୍ଷ ହାଇଦ୍ରାବାଦ ପ୍ରଥମ କ୍ବାଲିଫାୟର ମ୍ୟାଚ ଦେଖିଥିଲେ ଶାହାରୁଖ । ଏହା ପରଦିନ ଡିହାଇଡ୍ରେସନ ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ଅଂଶୁଘାତର ଶିକାର ହୋଇଥିବା କହିଥିଲେ ଡାକ୍ତର । ଶାହାରୁଖଙ୍କ ଅସୁସ୍ଥ ଖବର ତାଙ୍କ ଫ୍ୟାନ୍ସଙ୍କୁ ବ୍ୟଥିତ କରିଥିଲା । ପତ୍ନୀ ଗୌରୀ ଖାନ ଓ ସାଥି କଳାକାରମାନେ ତାଙ୍କୁ ହସ୍ପିଟାଲକୁ ଭେଟିବାକୁ ଆସିଥିଲେ । ତେବେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ଜଣାପଡିଛି । ସେ ଡିସଚାର୍ଜ ହେବାପରେ ସଙ୍ଗେ ସଙ୍ଗେ ଏୟାରପୋର୍ଟ ଯାଇଛନ୍ତି । କୁହାଯାଉଛି ଯେ, ସେ ମୁମ୍ବାଇ ଯାଉଛନ୍ତି ।

Leave A Reply

Your email address will not be published.