Latest Odisha News

BREAKING NEWS

ମାର୍ଚ୍ଚ ୧୦ରେ ଚୂଡାନ୍ତ କଂଗ୍ରେସ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୀତି ମାହୋଲ ସରଗରମ ହୋଇଉଠିଛି । ଏହି ପରିପ୍ରେକ୍ଷୀରେ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ଓଡିଶାରେ କଂଗ୍ରେସ ଲାଗି ଏଆଇସିସି ସ୍କ୍ରିନିଂ କମିଟି ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ ।

ସେହିପରି ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବାରେ ବିଜେପି ଓ ଶାସକ ଦଳ ବିଜେଡି ମଧ୍ୟ ପଛରେ ନାହାନ୍ତି ।

ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ବି ଡି ସଥୀସନ୍ ଏବଂ ଅନ୍ୟ ୨ ସଦସ୍ୟ ନୌସାଦ ସାଲଙ୍କି ଓ ଜିତିନ୍ ପ୍ରସାଦଙ୍କ ନେତୃତ୍ୱରେ କମିଟି ଦୁଇଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୨୧ ଲୋକସଭା ଓ ୧୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଛି ।

“ଆଶାୟୀ ପ୍ରାର୍ଥୀଙ୍କ ସୂଚୀ ତାଲିକା ଉପରେ ମାର୍ଚ୍ଚ ୬ ତାରିଖରେ ରାଜ୍ୟ ନିର୍ବାଚନ କମିଟି ବୈଠକ ବସି ଏକ ବିସ୍ତୃତ ଆଲୋଚନା କରାଯିବ ।

ଏହାପରେ ଉକ୍ତ ସୂଚୀକୁ କେନ୍ଦ୍ରୀୟ ନିର୍ବାଚନ କମିଟି ପାଖକୁ ଯିବ । ପରବର୍ତ୍ତୀ ସମୟରେ ମାର୍ଚ୍ଚ ୧୦ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ” ବୋଲି କଂଗ୍ରେସ ଭବନରେ ଗଣମାଧ୍ୟମକୁ ସୂଚନା ଦେଇ ସଥୀସନ୍ କହିଛନ୍ତି ।

ସୂଚନାଯୋଗ୍ୟ ସ୍କ୍ରିନିଂ କମିଟି ଫେବୃଆରି ୨୫ ତାରିଖରେ ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ନିର୍ବାଚନ ମଣ୍ଡଳୀରେ ଦଳୀୟ ନେତାଙ୍କୁ ଭେଟି ଆଲୋଚନା କରିଥିଲେ।

ଏହି କମିଟି ଫେବୃଆରି ୧୩ ତାରିଖରେ ଓଡିଶା ଗସ୍ତରେ ଆସି କଟକ, ଭୁବନେଶ୍ୱର, ପୁରୀ, ଜଗତସିଂହପୁର, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ ଆସ୍କାରେ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପାର୍ଟି ନେତାଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.