Latest Odisha News

BREAKING NEWS

ସ୍ପାଇସ୍ ଜେଟ୍: ଝାରସୁଗୁଡ଼ାରୁ ଦିଲ୍ଲୀ ୩,୭୦୧ ଟଙ୍କା, କଲିକତାକୁ ୨,୫୬୦ ଟଙ୍କା

ନୂଆଦିଲ୍ଲୀ: ଉଡାନ-୩ ଯୋଜନାରେ ସ୍ପାଇଶ ଜେଟ୍ ତରଫରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଦେଶର ତିନୋଟି ଜାଗା ଯଥା ଦିଲ୍ଲୀ, କଲକୋତା ଓ ହାଇଦ୍ରାବାଦକୁ ଆଜି ଠାରୁ ଟିକେଟ୍ ବିକ୍ରିର ଶୁଭାରମ୍ଭ କରାଯାଇଛି । ଆସନ୍ତା ମାର୍ଚ୍ଚ ୩୧ରୁ ଏହି ସବୁ ସ୍ଥାନରୁ ବିମାନ ସେବା ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡା ଏୟାରପୋର୍ଟର ନାମ ବୀର ସୁରେନ୍ଦ୍ର ସାଏ ନାମରେ ନାମିତ କରି ଏହାକୁ ଲୋକାର୍ପିତ କରିଥିଲେ ।

 

ଆଗାମୀ ଦିନରେ ଝାରସୁଗୁଡା ବିମାନବନ୍ଦରର ମୁମ୍ବାଇ, ଭୁବନେଶ୍ୱର ଓ ରାୟପୁର ସହ ମଧ୍ୟ ଯୋଡି ହେବ । ଝାରସୁଗୁଡା ଏୟାରପୋର୍ଟ ଦ୍ୱାରା ନୂଆ ଅର୍ଥନୀତି ଯୋଡାହେବା ସହ ନୂଆ ନୂଆ ଉଦ୍ୟୋଗ ମଧ୍ୟ ଯୋଡିହେବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଏଥିପାଇଁ ଧର୍ମେନ୍ଦ୍ର ପ୍ରଧାନ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ନୂଆଦିଲ୍ଲୀ ଠାରେ ଝାରସୁଗୁଡା ବିମାନବନ୍ଦରରୁ ସ୍ପାଇଶଜେଟ୍ ଟିକେଟ୍ ବିକ୍ରିର ଶୁଭାରମ୍ଭ କରିବା ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସ୍ପାଇଶ ଜେଟ୍ ଝାରସୁଗୁଡା- ଦିଲ୍ଲୀ- ଝାରସୁଗୁଡା, ଝାରସୁଗୁଡା- ହାଇଦ୍ରାବାଦ-ଝାରସୁଗୁଡା, ଝାରସୁଗୁଡା- କୋଲକାତା-ଝାରସୁଗୁଡା ୬ ଟି ଗନ୍ତବ୍ୟ ସ୍ଥାନକୁ ଯୋଡିବ । ପ୍ରତିଦିନ ବିମାନ ଦିନ ୧.୧୫ରେ ଦିଲ୍ଲୀରୁ ବାହାରି ୩.୧୦ ରେ ଝାରସୁଗୁଡାରେ ପହଁଚିବ । ସେହିପରି ଝାରସୁଗୁଡାରୁ ଅପରାହ୍ଣ ୩.୪୦ରେ ବିମାନ ବାହାରି ୫.୩୫ରେ ଦିଲ୍ଲୀରେ ପହଁଚିବ । ଅପରପକ୍ଷେ ବିମାନଟି ୪.୧୦ରେ ଝାରସୁଗୁଡାରୁ ବାହରି ହାଇଦ୍ରାବାଦରେ ସନ୍ଧ୍ୟା ୬.୦୦ରେ ପହଁଚିବ ଏବଂ ହାଇଦ୍ରାବାଦରୁ ସାଢେ ୬ଟାରୁ ଉଡାଣ କରି ଝାସରୁଗୁଡାରେ ରାତି ୮.୨୦ ସୁଦ୍ଧା ପହଁଚିଯିବ ।

କଲିକାତାରୁ ଅପରାହ୍ଣ ୨.୨୫ ରୁ ଉଡାଣ କରିବା ପରେ ୩.୫୦ ଝାରସୁଗୁଡା ପହଁଚିପାରିବ ଏବଂ ଝାରସୁଗୁଡାରୁ ରାତି ୮.୪୦ରେ ବାହାରି କଲିକତାରେ ରାତି ୧୦ଟାରେ ପହଁଚିବ । ଯାତ୍ରୀମାନଙ୍କ ପାଇଁ ଏହି ବ୍ୟବସ୍ଥା ଅନେକ ସହାୟକ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେହିପରି ଭାରତ ସରକାର ଭୁବନେଶ୍ୱରରେ ୯୦୦ କୋଟି ଟଙ୍କା ଖର୍ଚ୍ଚ କରି ନୂଆ ଟର୍ମିନାଲ ମଧ୍ୟ ନିର୍ମାଣ କରୁଛନ୍ତି ବୋଲି ସେ ସୂଚନା ଦେଇଥିଲେ ।

ଆଜି ଓଡିଶା ତଥା ପଶ୍ଚିମ ଓଡିଶା ପାଇଁ ବଡ ଭାବନାତ୍ମକ ଦିନ । ଏହି ବ୍ୟବସ୍ଥା ବିଶେତଃ ପଶ୍ଚିମ ଓଡିଶାକୁ ସୁବିଧା ଯୋଗାଇବ । ଗତ ଦୁଇ ଦିନ ହେବ ବାୟୁ ସେନାର ବହୁ ଚର୍ଚ୍ଚା ହେଉଛି । ଭାରତର ଏୟାର ଫୋର୍ସ ଭାରତୀୟଙ୍କ ସମ୍ମାନ ଓ ମର୍ଯ୍ୟାଦା ବଢାଇଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.