Latest Odisha News

BREAKING NEWS

ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଅସିତ୍ ପଟ୍ଟନାୟକ

ଭଦ୍ରକ: ସାଧାରଣ ନିର୍ବାଚନ ୨୦୨୪ ପାଇଁ ଚାଲିଛି ନାମାଙ୍କନ ଦାଖଲ ପର୍ବ । ଏହି ଅବସରରେ ଆଜି ନାମାଙ୍କନ ଭରିଛନ୍ତି ଭଦ୍ରକ ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସ ପ୍ରାର୍ଥୀ ଅସିତ୍ ପଟ୍ଟନାୟକ । ନଜର ହଜାର ହଜାର ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳ ମନୋଜ ପାତ୍ର ଙ୍କ ନିକଟରେ ନିଜର ନାମାଙ୍କନ ଦାଖଲ କରିଛନ୍ତି ଅସିତ୍ ପଟ୍ଟନାୟକ ।

ଏହି ସମୟରେ ସେ କହିଛନ୍ତି ଯେ, ନିର୍ବାଚନ ମୁଁ ଲଢୁନାହିଁ, ମୋ ପ୍ରିୟର ଭଦ୍ରକବାସୀ ମାନେ ନିର୍ବାଚନ ଲଢୁଛନ୍ତି । ଏଥର ଲୋକ ନିର୍ଣ୍ଣୟ କରିବେ । ତାଙ୍କ ପରିବାର ପାଇଁ ହୋଇଥିବା ଅବିଚାର ବିରୋଧରେ ଏଥର ଭଦ୍ରକବାସୀ ଭୋଟ୍ ଦେବେ ବୋଲି ସେ କହିଛନ୍ତି ।

ଏହି ନାମାଙ୍କନ ଦାଖଲ ସମୟରେ ସାସଂଦ ପ୍ରାର୍ଥୀ ଅନନ୍ତ ସେଠୀ ଓ ଅନ୍ୟ ହରିଷ୍ଠ ନେତା ମାନେ ସାମିଲ ଥିଲେ ।

Leave A Reply

Your email address will not be published.