Latest Odisha News

BREAKING NEWS

ଓଡିଶା ଆସୁଛନ୍ତି ମୋଦୀ: ଜାରି ହେଲା ଟ୍ରାଫିକ ନିର୍ଦ୍ଦେଶନାମା

ଭୁବନେଶ୍ଵର: ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଭୁବନେଶ୍ୱରରେ କରିବେ ବିଶାଳ ରୋଡ ଶୋ । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ଚାଲିବ ମୋଦୀଙ୍କ ଏହି ରୋଡ ଶୋ । ମୋଦୀଙ୍କ ରୋଡ ଶୋରେ ହଜାର ସଂଖ୍ୟକ ଲୋକଙ୍କ ସମାଗମ ହେବ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଏଥିପାଇଁ ମୁତୟନ ହେବେ ୫୫ ପ୍ଲାଟୁନ ଫୋର୍ସ । ଏଥି ସହିତ ବମ୍ ସ୍କ୍ବାଡ୍ ଓ ଡଗ୍ ସ୍କ୍ବାଡଙ୍କୁ ମଧ୍ୟ ମୁତୟନ କରାଯିବ । ଏହି ସମୟରେ ଉକ୍ତ ପରିସରକୁ ନୋ ଫ୍ଲାଇଂ ଜୋନ କରାଯିବ । ମାଷ୍ଟରକ୍ୟାଣ୍ଟିନଠାରୁ ବାଣୀବିହାର ଯାଏଁ ରାସ୍ତା ସିଲ୍ ରହିବ । ଦିନ ୨ଟାଠାରୁ ଯାନବାହନ ଉପରେ କଟକଣା ଲଗାଯିବ । ସେହିପରି ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଏବଂ ବାଣୀବିହାରଠାରୁ ମାଷ୍ଟରକ୍ୟାଣ୍ଟିନକୁ ସଂଯୋଗ କରୁଥିବା ଗଳି ରାସ୍ତା ମଧ୍ୟ ବନ୍ଦ ରହିବ ।

ସୂଚନା ଅନୁସାରେ, ଆସନ୍ତାକାଲି ମୋଦୀଙ୍କ ରୋଡ ଶୋ ପରେ ଏଠାରେ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ । ଏହା ପରେ ୧୧ ତାରିଖରେ ସେ ବଲାଙ୍ଗୀର ଯାଇ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ।

Leave A Reply

Your email address will not be published.