Latest Odisha News

BREAKING NEWS

ହରିୟାଣାରେ ବିଜେପି ଶକ୍ତ ଝଟକା, ଇସ୍ତଫା ଦେଲେ ବରିଷ୍ଠ ନେତା ସୁରଜ ପାଲ ଅମ୍ମୁ

ଚଣ୍ଡିଗଡ: ହରିୟାଣାରେ ବିଜେପି କୁ ଆଉ ଏକ ବଡ଼ ଝଟକା । ଦଳରୁ ଇସ୍ତଫା ଦେଲେ ରାଜପୁତ ସମ୍ପ୍ରଦାୟର ବଡ ନେତା ସୁରଜ ପାଲ ଅମ୍ମୁ । ଅମ୍ମୁ ତାଙ୍କର ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିକଟକୁ ପଠାଇଦେଇଛନ୍ତି । ଏଥିରେ ସେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜପୁତ ସମ୍ପ୍ରଦାୟ ଉପରେ ବିଜେପି ପ୍ରାର୍ଥୀ ପୁରୁଷୋତ୍ତମ ରୁପାଲାଙ୍କ ବିବାଦୀୟ ମନ୍ତବ୍ୟ ଉପରେ ରାଗିଯାଇ ଅମ୍ମୁ ଏହି ଇସ୍ତଫା ଦେଇଥିବା ନେଇ ଲେଖିଛନ୍ତି ।

ସୁରଜ ପାଲ ଅମ୍ମୁ ଜେପି ନଡ୍ଡାଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି, ‘ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ କ୍ଷତ୍ରିୟ ସମ୍ପ୍ରଦାୟ ଉପରେ କଠୋର ମନ୍ତବ୍ୟ ଦେଇଛନ୍ତି । ତଥାପି ତାଙ୍କୁ ପ୍ରାର୍ଥୀ ଭାବରେ ରଖାଯାଇଛି ଏବଂ ତାଙ୍କୁ ସୁରକ୍ଷା ଦିଆଯାଇଛି । ଏହା ଦ୍ୱାରା ମୋର ହୃଦୟ କୁ ବହୁତ ଆଘାତ ଲାଗିଛି । ଏନେଇ ମୁଁ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି ବୋଲି ସେ କହିଛନ୍ତି ।

ଅମ୍ମୁ ଆହୁରି ଲେଖିଛନ୍ତି ଯେ, ‘ମୁଁ ୩୪ ବର୍ଷ ଧରି ଦଳ ପାଇଁ ନିଃଶ୍ୱାସ୍ୱାର୍ଥପର ଭାବେ କାମ କଲି, ଯଦିଓ ମୁଁ କେବେ ବି ଟିକେଟ୍ ପାଇଁ ଆଗ୍ରହ ପ୍ରକାଶ କରିନଥିଲି, କିନ୍ତୁ ୨୦୧୪ ପରଠାରୁ ରାଜନୀତିରେ କ୍ଷତ୍ରିୟ ସମ୍ପ୍ରଦାୟର ପ୍ରତିନିଧିତ୍ୱ ମଧ୍ୟ ହ୍ରାସ ପାଇଛି’ ।

Leave A Reply

Your email address will not be published.