Latest Odisha News

BREAKING NEWS

ରାଜ୍ୟରେ ବଢୁଛି କରୋନା ଭୟ:ଦୖେନିକ ସଂକ୍ରମଣ ୨୦୦ ଟପିଲା, ଜଣେ ମୃତ

ଭୁବନେଶ୍ୱର: କାୟା ବିସ୍ତାର କରୁଛି କରୋନା । ଦେଶରେ ବି ରାଜ୍ୟରେ ବି । ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଛି ।  ଗତ ୨୪ ଘଣ୍ଟାରେ ନୂଆ ୨୫୮ ପଜିଟିଭ ଚିହ୍ନଟ ହୋଇଥିବାବେଳେ  କରୋନାରେ ଆକ୍ରାନ୍ତ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ରିପୋର୍ଟରେ କୁହାଯାଇଛି, ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । କୋଭିଡ ଚିହ୍ନଟ ହେବା ପରେ ୮୦ ବର୍ଷୀୟ ଏହି ବୃଦ୍ଧଙ୍କୁ  କ୍ୟାପିଟାଲ ହସ୍ପିଟାଲରୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

ସୂଚନାଥାଉ କି, ବର୍ତ୍ତମାନ ରାଜ୍ୟରେ  ରାଜ୍ୟରେ ୧ ହଜାର୧୮୬ ଆକ୍ଟିଭ କେସ ରହିଛି । ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଇଛି । ଗତ ୬ ମାସ ମଧ୍ୟରେ ପ୍ରଥମ ଥର ପାଇଁ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ଟପିଥିଲା ।  ବିଶେଷ କରି ସୋନପୁରରେ ସଂକ୍ରମଣ ହାର ଭୟଙ୍କର ହୋଇଛି । ସପ୍ତାହକରେ ସର୍ବାଧିକ ସଂକ୍ରମଣ ହାର ସୋନପୁରରେ ୧୦.୮ ପ୍ରତିଶତ ରହିଛି । ୪ଟି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ଥିବାବେଳେ ସମ୍ବଲପୁରରେ ୯.୬, ସୁନ୍ଦରଗଡରେ ୯.୧, ବଲାଙ୍ଗୀରରେ ୭.୬, ନବରଙ୍ଗପୁରରେ ୫.୪ ପ୍ରତିଶତ ଥିବା ଜଣାଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି, ଗତ ୪ ଦିନ ହେବ ନବରଙ୍ଗପୁର, ସମ୍ବଲପୁର, ସୁନ୍ଦରଗଡରେ ଦୈନିକ ସଂକ୍ରମଣ ୩୦ ରହୁଛି । ସେତିକି ନୁହେଁ, ଓଡ଼ିଶାରେ ଛୋଟପିଲାଙ୍କ ସଂକ୍ରମଣ ହାର ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।  ଏଠି କହିରଖିବୁ, ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା ୧୭୩ ଜଣ ସୁସ୍ଥ ହୋଇ ସାରିଲେଣି ।

ସେହିପରି ଦେଶରେ ଗତ  ୨୪ ଘଣ୍ଟା ମଧ୍ୟରେ ଆଉ ୧୧ ହଜାର ୧୦୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ରମାଗତ ଭାବେ ୫ ଦିନ ଧରି ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳିଛି । ସେହିପରି ଗତ ୨୪ ଘଣ୍ଟାରେ ଆଉ ୨୯ ଜଣ କୋଭିଡ ସଂକ୍ରମିତ ପ୍ରାଣ ହରାଇଛନ୍ତି । ସଂକ୍ରମଣ ବଢୁଥିବାରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସଜାଗ ରହିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

 

Leave A Reply

Your email address will not be published.