Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ କୁମାର କଂଗ୍ରେସକୁ ବାଏ ବାଏ କରି ଦଳ ବିରୋଧରେ ବିଷ ଓଗାଳିଲେ

ନୂଆଦିଲ୍ଲୀ: ଆଜି କଂଗ୍ରେସକୁ ବାଏ ବାଏ କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର । କଂଗ୍ରେସ ଦଳ ଛାଡିବା ପରେ ସେ କଂଗ୍ରେସ ଉପରେ ନିଦ୍ଧୁମ ବର୍ଷିଥିଲେ । ଜାହାକୁ ନେଇ ରାଜନୈତିକ ମାହଲରେ ଚର୍ଚ୍ଚା ଯୋର ଧରିଛି ।

BjdElectrycity

କଂଗ୍ରେସରୁ ଇସ୍ତଫା ଦେବା ପରେ ଏକ ଜାତୀୟ ଗଣମାଧ୍ୟମକୁ ଅଶ୍ୱିନୀ ତାଙ୍କ ପ୍ରତିକ୍ରିୟା ଦେଇଥିଲେ । ସେ କହିଛନ୍ତି ‘ପଞ୍ଜାବର ତୃଣମୂଳ ସ୍ତରରେ ରହିଥିବା ସ୍ଥିତିକୁ ବିଚାରକୁ ନେଲେ କଂଗ୍ରେସ ହାରିବ । ବର୍ତ୍ତମାନ ପଞ୍ଜାବରେ ଆପ୍ ସରକାର ରହିଛି । ଆପ କ୍ଷମତାକୁ ଆସିବ । ମୁ ଜଣେ ଜ୍ୟୋତିର୍ବିଦ ନୁହେଁ କିନ୍ତୁ ତୃଣମୂଳ ସ୍ତରରେ ଯାହା ଦେଖିଛି ତାହା କହୁଛି ।

ସେ ଆହୁରି ମଧ୍ୟ କହିଛନ୍ତି ଆପ୍ ସପକ୍ଷରେ ଏବେ ଜମତ ରହିଛି । ମୁଁ ପ୍ରାୟ ୪ରୁ ୫ ଘଣ୍ଟା ପୂର୍ବରୁ ପଞ୍ଜାବରୁ ଆସିଛି । ସେଠାରେ ଆପ ସପକ୍ଷରେ ଜନମତ ପ୍ରବାହିତ ହେଉଛି । ପଞ୍ଜାବର ଗ୍ରାମାଞ୍ଚଳ ଅକାଳୀ ଓ କଂଗ୍ରେସର ଗଡ଼ ଥିଲା । ହେଲେ ଏବେ ସେଠାରେ ଆପ୍ ପ୍ରାର୍ଥୀମାନେ ପ୍ରବେଶ କରିଛନ୍ତି। ତେଣୁ ଆପ୍ ନିଶ୍ଚିତ ଭାବେ ପଞ୍ଜାବରେ ସରକାର ଗଠନ କରିବ ବୋଲି ସ୍ଥିତିକୁ ଦେଖି କୁହାଯାଇ ପାରେ ।

ଆସନ୍ତା ୨୦ ତାରିଖରେ ପଞ୍ଜାବ ବିଧାନସଭାର ସମସ୍ତ ୧୧୭ ଆସନ ପାଇଁ ଭୋଟିଂ ହେବ। ଏହାପରେ ଅର୍ଥାତ ମାର୍ଚ୍ଚ ୧୦ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ଅଶ୍ୱିନୀ କୁମାର କଂଗ୍ରେସର ବରିଷ୍ଠ ନେତା ଭାବେ କାର୍ୟ୍ୟ କରୁଥିଲେ। ମନମୋହନ ସିଂହଙ୍କ ସରକାର ବେଳେ ସେ ଆଇନ ମନ୍ତ୍ରୀ ମଧ୍ୟ ହୋଇଥିଲେ। ହେଲେ ଏବେ ସେ କଂଗ୍ରେସ ଛାଡ଼ି ଦେଇଛନ୍ତି। ପୂର୍ବରୁ ସେ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଚିଠି ଲେଖିଥିବା ଜି-୨୩ ନେତାଙ୍କୁ ବିରୋଧ କରିଥିଲେ।

Comments are closed, but trackbacks and pingbacks are open.