Latest Odisha News

BREAKING NEWS

ବିଜେଡ଼ିରୁ ଇସ୍ତଫା ଦେଲେ ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ମୋରଡ଼ା ବିଧାନସଭା ବିଧାୟକ ତଥା ବରିଷ୍ଠ ବିଜେଡ଼ି ନେତା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ବିଧାୟକ ପ୍ରବୀଣ ଭଞ୍ଜଦେଓ ମୟୁରଭଞ୍ଜ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ନିର୍ବାହ କରୁଥିବା ସହିତ ସେ ୨୦୦୯ ମସିହାରୁ ୨ଥର ମୋରଡ଼ା ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଥିଲେ । ପୂର୍ବରୁ ସେ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଭାବେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟ ରହିଛନ୍ତି ।

ବରିଷ୍ଠ ବିଜେଡ଼ି ନେତା ପ୍ରବୀଣ ଭଞ୍ଜଦେଓ ସୋମବାର ଦିନ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରି ତାଙ୍କର ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇଛନ୍ତି ।

ସେ କେଉଁ କାରଣରୁ ଇସ୍ତଫା ପ୍ରଦାନ କରିଛନ୍ତି ସେସମ୍ପର୍କରେ ତାଙ୍କ ପତ୍ରରେ ସେପରି ଉଲ୍ଲେଖ ପ୍ରଦାନ କରିନାହାନ୍ତି ।

Leave A Reply

Your email address will not be published.