Latest Odisha News

BREAKING NEWS

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: ହେଲ୍‌ପ ଲାଇନ୍‌ ନମ୍ବର ଜାରି କଲା ବିଏମ୍‌ସି

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ(ବିଏମସି) ପକ୍ଷରୁ ହେଲ୍‌ପ ଲାଇନ୍‌ ନମ୍ବର ଜାରି ହୋଇଛି। ଟ୍ରେନ୍‌ ଦୁର୍ଘଟଣାରେ ଫସି ରହିଥିବା ଲୋକଙ୍କୁ ସୁବିଧା ଯୋଗାଇବା ସହ ଦୁର୍ଘଟଣାରେ ହରାଇଥିବା ପ୍ରିୟଜନଙ୍କ ବିଷୟରେ ଜାଣିବା ପାଇଁ ହେଲ୍ପ ନମ୍ବର ଜାରି କରିଛି ବିଏମ୍‌ସି।

୧୯୨୯ ନମ୍ବରକୁ କଲ କରି ସମ୍ପର୍କୀୟମାନେ ମୃତଦେହ ବିଷୟରେ ଜାଣି ପାରିବେ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ବିଏମସି ୱେବସାଇଟରେ ମଧ୍ୟ ମୃତକଙ୍କ ଫଟୋ ଏବଂ ସମ୍ପୂର୍ଣ୍ଣ ବିବରଣୀ ଅପଲୋଡ କରାଯିବ ବୋଲି ଶ୍ରୀ କୁଲାଙ୍ଗେ କହିଛନ୍ତି।
ବିଏମସି ମୁଖ୍ୟ କାର୍ଯ୍ୟାଳୟରେ ହେଲ୍ପ ଡେସ୍କ ଖୋଲାଯାଇଛି। ସେଠାରୁ ମଧ୍ୟ ମୃତକଙ୍କ ବିଷୟରେ ସମସ୍ତ ସୂଚନା ନେଇ ହେବ।

ଏହାସହ ସମ୍ପର୍କୀୟ ଚାହିଁଲେ ଭୁବନେଶ୍ୱର ଠାରେ ଅନ୍ତିମ ସଂସ୍କାର କରିବା ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି । ଯଦି ଆବଶ୍ୟକ ପଡ଼େ ମୃତଦେହ ନିଜ ଅଞ୍ଚଳକୁ ନେବା ପାଇଁ ସହାୟତା ଯୋଗାଇ ଦିଆଯିବ। ଏମ୍ସ ସମେତ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ୧୭୦ଟି ଶବ ସଂରକ୍ଷିତ କରି ରଖାଯାଇଛି ବୋଲି ସୂଚନା ମିଳିଛି।

ସତ୍ୟନଗରରେ ଥିବା ବିଏମ୍‌ସି ଆଇକମ ଟାୱରରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଦୁର୍ଘଟଣାରେ ମୃତକଙ୍କ ସମ୍ପର୍କୀୟ ହୁଅନ୍ତୁ କିମ୍ବା ଫସି ରହିଥିବା ଲୋକଙ୍କୁ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ଦେୟ ମୁକ୍ତ ନମ୍ବର ଜାରି କରାଯାଇଛି। ଲୋକେ ଚାହିଁଲେ ଟୋଲ୍ ଫ୍ରି ନମ୍ବର ୧୮୦୦୩୪୫୦୦୬୧/୧୯୨୯ ନମ୍ବରକୁ କଲ୍ କରିପାରିବ। ଏହି ଲାଇନ୍ ୨୪ ଘଣ୍ଟା ଖୋଲି ରହିବ।
ସମ୍ପର୍କୀୟ ଚାହିଁଲେ ସମ୍ପୃକ୍ତ ନୋଡାଲ ଅଫିସରଙ୍କୁ ମଧ୍ୟ କଲ୍ କରିପାରିବେ।
ରାଜେଶ ପ୍ରଧାନ- ୬୩୭୦୯୪୬୨୮୭
ଆଶିଷ ପାତ୍ର- ୭୯୭୮୦୯୫୨୯୩
ଦେବାଶିଷ ମିଶ୍ର- ୬୩୭୦୫୮୫୨୨୧
ଦୀପକ କୁମାର ରାଉତ- ୮୨୪୯୨୧୭୪୧୫
ସନ୍ଦୀପ ମହାରାଣା ୮୮୪୭୮୨୨୫୫୯

Leave A Reply

Your email address will not be published.