Latest Odisha News

BREAKING NEWS

ସ୍କୁଲରେ ଛାତ୍ରୀଙ୍କୁ ବଳପୂର୍ବକ ଅଣ୍ଡା ଖୁଆଇଦେଲେ ସାର, ତେଜିଲା ବିବାଦ

ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ସରକାରୀ ସ୍କୁଲ୍ ଶିକ୍ଷକ ଜଣେ ସାତ ବର୍ଷୀୟ ବ୍ରାହ୍ମଣ ଛାତ୍ରୀଙ୍କୁ ଅଣ୍ଡା ଖାଇବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଧାର୍ମିକ ବିଶ୍ୱାସରେ ସେ ଅଣ୍ଡା ଖାଇବେ ନାହିଁ ବୋଲି କହିବା ପରେ ମଧ୍ୟ ଶିକ୍ଷକ ଜଣଙ୍କ ଛାତ୍ରୀ ଜଣକୁ ଅଣ୍ଡା ଖାଇବାକୁ ବାଧ୍ୟ କରିଥିଲେ। ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଶିକ୍ଷା ବିଭାଗ ଅଧିକାରୀଙ୍କ ତଦନ୍ତ ଦାବି ହୋଇଛି।

ଶିବାମୋଗା ଅନ୍ତର୍ଗତ ଗରଟିକେରେ ନିକଟସ୍ଥ କମ୍ମାଚି ଗାଁରେ ଥିବା କର୍ଣ୍ଣାଟକ ପବ୍ଲିକ ସ୍କୁଲରୁ ଏହିପରି ଏକ ଖବର ଆସିଛି। ଛାତ୍ରୀଙ୍କ ବାପା ଭି. ଶ୍ରୀକାନ୍ତ ମଧ୍ୟ ସେହି ସ୍କୁଲର ଶିକ୍ଷକ ପୁଟ୍ଟାସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

ଶ୍ରୀକାନ୍ତ ଅଭିଯୋଗ କରିଛନ୍ତି ଯେ ପୁଟ୍ଟାସ୍ୱାମୀ ତାଙ୍କ ଝିଅକୁ ପୁଷ୍ଟିକର ଖାଦ୍ୟ ଭାବେ ଅଣ୍ଡା ଖାଇବାକୁ ବାଧ୍ୟ କରିଥିଲେ। ଯଦିଓ ଝିଅ ବାରମ୍ବାର ଆପତ୍ତି କରିଥିଲା ଏବଂ ବିକଳ୍ପ ଖାଦ୍ୟ ପାଇଁ ଅନୁରୋଧ କରିଥିଲା। ତାଙ୍କ ଝିଅ ଧାର୍ମିକ କାରଣରୁ ନିରାମିଷ ଖାଦ୍ୟକୁ ପାଳନ କରେ ଏବଂ ଅଣ୍ଡା ଖାଉବା ପରିବାରର ବିଶ୍ୱାସ ବିରୁଦ୍ଧରେ।

ଏହି ଘଟଣାକୁ ନେଇ ପରିବାର ଲୋକେ ଚିନ୍ତା ପ୍ରକଟ କରିବା ସହ ଝିଅର ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡୁଥିବା କହିଛନ୍ତି। ନିଜ ଝିଅର ଧାର୍ମିକ ବିଶ୍ୱାସ ପ୍ରତି ଶିକ୍ଷକଙ୍କ ଅବହେଳାକୁ ନେଇ ମଧ୍ୟ ସେମାନେ ଚିନ୍ତା ପ୍ରକଟ କରିଛନ୍ତି।

ଡିଡିପିଆଇଙ୍କୁ ଲେଖିଥିବା ଚିଠିରେ ଶ୍ରୀକାନ୍ତ ତାଙ୍କ ଝିଅର ଖାଦ୍ୟପେୟ କଟକଣା ଉପରେ ଆଲୋକପାତ କରିବା ସହ ଅଣ୍ଡାର ବିକଳ୍ପ ଭାବେ ମିଠା ଦେବାକୁ ଅନୁରୋଧ କରିଛନ୍ତି। କିନ୍ତୁ ଶିକ୍ଷକ ଜଣକ ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଥିବା ଅଭିଯୋଗ ହୋଇଛି।ଏଭଳି ଘଟଣା ଯେପରି ଆଉ ନଘଟେ ସେଥିପ୍ରତି ବିଦ୍ୟାଳୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଶିକ୍ଷା ବିଭାଗ ଏବେ ତଦନ୍ତ କରୁଥିବା ବେଳେ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.