Latest Odisha News

BREAKING NEWS

ରାଜ୍ୟରେ ବଢୁଛି କରୋନା : ଆଜି ଆଉ ୫ ପଜିଟିଭ୍ ଚିହ୍ନଟ , ମୋଟ୍ ସଂଖ୍ୟା ୧୩କୁ ବୃଦ୍ଧି

ଭୁବନେଶ୍ବର : ବଢୁଛି କରୋନା ସଂକ୍ରମଣ  । ଆଜି ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୩କୁ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଟେଷ୍ଟିଂ ବଢାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ ବଢୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବି ବୃଦ୍ଧି ପାଉଛି  । ତେଣୁ ଏହାକୁ ନ ଡରି ସତର୍କତା ଅବଲମ୍ବନ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଏକ  ଆଡଭାଇଜରୀ ମଧ୍ୟ ଜାରି କରାଯାଇଥିଲା । ବୟସ୍କ ହୁଅନ୍ତୁ କିମ୍ବା ବହୁବିଧ ରୋଗାକ୍ରାନ୍ତ ବ୍ୟକ୍ତି ହୁଅନ୍ତୁ  । ସମସ୍ତେ ମାସ୍କ ପରିଧାନ କରିବା ଲାଗି ପରାମର୍ଶ ଦିଆଯାଇଛି ।  ବର୍ତ୍ତମାନ ଥଣ୍ଡା ର ସମୟ ହୋଇଥିବାରୁ ଏହା ଅଧିକ ବ୍ୟାପିବାର ଆଶଙ୍କା ରହିଛି ।

ତେଣୁ ଜନଗହଳି ସ୍ଥାନକୁ ନଯିବା ଓ ବାହାରକୁ ଯାଉଥିଲେ ମାସ୍କ ପିନ୍ଧି ଯିବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୬୯୦ ଜଣ ସଂକ୍ରମିତଙ୍କ ନମୂନା ସଂଗ୍ରହ କରାଯାଇଥିବେଳେ, ସେମାନଙ୍କ ମଧ୍ୟରୁ ୫ଜଣ ସଂକ୍ରମିତ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.