Latest Odisha News

BREAKING NEWS

କଂକ୍ରିଟ ରାସ୍ତା କାମ ନକରି ଟଙ୍କା ଆତ୍ମସାତ କଲେ ଠିକାଦାର ଓ ବିଭାଗୀୟ ଅଧିକାରୀ

ନୂଆପଡ଼ା : ଗୋଡ଼ଧୁଆପଦର ଗାଁରେ କଂକ୍ରିଟ ରାସ୍ତା କାମ ନକରି ଟଙ୍କା ହଡ଼ପ କଲେ ଠିକାଦାର ଓ ବିଭାଗୀୟ ଅଧିକାରୀ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ଗୋଡ଼ଧୁଆପଦର ହେଉଛି ଏକ ଆଦିବାସୀ ବହୁଳ ଗାଁ । ଏହି ଗାଁକୁ ସହର ସହ ସଂଯୋଗ କରିବା ପାଇଁ ୨୦୧୫ ମସିହା ରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ ରାସ୍ତା ନିର୍ମାଣ ପାଇଁ ଏକ କୋଟି ୧୩ ଲକ୍ଷ ୫୫ ହଜାର ଟଙ୍କା ରେ ରାସ୍ତା ନିର୍ମାଣ ହୋଇଥିଲା ।

ଏହି ଯୋଜନା ରେ ଗାଁ ମଧ୍ୟରେ  ୨୭୦ ମିଟର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ସୂଚନା ଫଳକ ରେ ଦର୍ଶାଯାଇଛି । କାର୍ଯ୍ୟ କରୁଥିବା ଠିକାଦାର ଶ୍ରୀମତୀ ରେଖା ସିଂଘାଲ ନିମ୍ନ ମାନର ପିଚୁ ରାସ୍ତା କରିବା ସହ ବର୍ତ୍ତମାନ ଯାଏ ଆଜକୁ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ କଂକ୍ରିଟ ରାସ୍ତା ନିର୍ମାଣ କରି ନାହାଁନ୍ତି ।  କଂକ୍ରିଟ ରାସ୍ତା ନିର୍ମାଣ ହୋଇନଥିବାରୁ ଗୋଡ଼ଧୁଆପଦର ଗ୍ରାମବାସୀଙ୍କ ଯାତାୟାତରେ ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ରାସ୍ତା ନିର୍ମାଣ ସମୟ ଅବଧି ସରି ଯାଇଥିବା ବେଳେ କାହିଁକି କଂକ୍ରିଟ ରାସ୍ତା ନିର୍ମାଣ ହୋଇ ପାରିନାହିଁ  ? ବିଭାଗୀୟ ଅଧିକାରୀ ଓ ଠିକାଦାର ମିଳିମିଶି କଂକ୍ରିଟ ରାସ୍ତା ଖାଇଗଲେ ତାହା ଏବେ ସନ୍ଦେହ ଘେରରେ ! ଠିକାଦାର ନୂତନ ରାସ୍ତା ନିର୍ମାଣ କରୁ ଅନ୍ୟଥା ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରୁ ବର୍ତ୍ତମାନ ସେହି ପ୍ରୋଜେକ୍ଟ ବନ୍ଦ କରି ଦିଆଯାଇଛି ଯଥାଶିଘ୍ର ତାର ସମାଧାନ କରି ରାସ୍ତା କରି ଦିଆଯିବ ବୋଲି କହିଛନ୍ତି ।

Comments are closed.