Latest Odisha News

BREAKING NEWS

ଟି୨୦ ବିଶ୍ୱକପରୁ ୨ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ ବିଦା, ସୁପର ୧୨ରେ ଆୟର୍ଲାଣ୍ଡ

ହୋବାର୍ଟ: ଚଳିତ ଟି୨୦ ବିଶ୍ୱକପରେ ଆଜି ଏକ ବିପର୍ଯ୍ୟୟ ଘଟିଛି । ୨ ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ ୯ ୱିକେଟରେ ଆୟର୍ଲାଣ୍ଡ ନିକଟରୁ ହାରି ଯାଇଛି । ଏଥିସହ ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ ପ୍ରଥମ ରାଉଣ୍ଡରୁ ବିଦା ହୋଇଛି । ଟସ ଜିତି ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ ୧୪୬ ରନର ଆଭରେଜ ସ୍କୋର କରିଥିଲା । ବ୍ରାଣ୍ଡନ କିଙ୍ଗ ଦଳ ପକ୍ଷରୁ ସର୍ବାଧିକ ୬୨ ରନ କରି ଅପରାଜିତ ରହିଥିଲେ । ଜବାବରେ ଆୟର୍ଲାଣ୍ଡ ୧୭.୩ ଓଭରରେ ଗୋଟିଏ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ପଲ ଷ୍ଟିରଲିଂ ୪୮ ବଲରୁ ୬୬ ଏବଂ ଲୋରକାନ ଟୋକର ୩୫ ବଲରୁ ୪୫ ରନ କରି ନଟଆଉଟ ରହିଥିଲେ ।

ପୂର୍ବରୁ ବୋଲିଂରେ ଗାରେଥ ଡେଲି ଚମତ୍କାର ପ୍ରଦର୍ଶନ କରି ୧୬ ରନରେ ୩ଟି ୱିକେଟ ଅକ୍ତିଆର କରିଥିଲେ । ଏହି ବିଜୟ ସହ ଆୟର୍ଲାଣ୍ଡ ସୁପର ୧୨ରେ ପ୍ରବେଶ କରିଛି । ସୂଚନାଯୋଗ୍ୟ, ଆଇସିସି ର‌୍ୟାଙ୍କିଙ୍ଗରେ ୱେଷ୍ଟଇଣ୍ଡିଜ ୭ମ ସ୍ଥାନରେ ରହିଥିବା ବେଳେ ଆୟର୍ଲାଣ୍ଡ ୧୨ତମ ସ୍ଥାନରେ ରହିଛି ।

Leave A Reply

Your email address will not be published.