Latest Odisha News

BREAKING NEWS

ଦମ୍ପତିଙ୍କୁ ମହଙ୍ଗା ପଡ଼ିଲା ନବଜାତ ଶିଶୁର ନାମକରଣ; ନାଁ ଉପରେ ଲାଗିଲା ବ୍ୟାନ୍‌

ନୂଆଦିଲ୍ଲୀ: ଅନେକ ସମୟରେ ନିଜ ପ୍ରିୟ କଳାକାର ବା ବିଶିଷ୍ଟ ବ୍ୟକ୍ତଙ୍କ ନାମ ଅନୁଯାୟ ପିତାମାତା ନିଜ ସନ୍ତାନଙ୍କ ନାମକରଣ କରିଥାନ୍ତି।  ରୁଷର ରାଷ୍ଟ୍ରପତି ‘ଭ୍ଲାଦିମିର ପୁଟିନ’ଙ୍କ ନାମରେ ଏକ ଦମ୍ପତି ସେମାନଙ୍କର ନବଜାତ ଶିଶୁ ପୁତ୍ରର ନାମ ରଖିଥିବା ବେଳ ସେଠାକାର ସରକାର ଏହି ନାଁ ଯଥାଶୀଘ୍ର ବ୍ୟାନ୍‌ କରିବାକୁ ଏବଂ ନାମ ବଦଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱିଡେନରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ତେବେ ସ୍ୱିଡେନ ସରକାର ଏହା ଜାଣିବା ମାତ୍ରେ ସେମାନେ ଏହି ନାମ ରଖିବା ପାଇଁ ଦମ୍ପତିଙ୍କୁ ବାରଣ କରିଥିଲେ।

‘ଇନ୍‌ଡିପେଣ୍ଡେଣ୍ଟ’ର ଏକ ରିପୋର୍ଟ ଅନୁଯାୟୀ ସ୍ୱିଡେନର ଲାହୋମ ସହରରେ ରହୁଥିବା ଏକ ଦମ୍ପତି ନିଜ ସନ୍ତାନର ନାମ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନାମରେ ରଖିଥିଲେ। ସୂଚନା ଅନୁଯାୟୀ, ଏହି ଦମ୍ପତି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ଜଣେ ପ୍ରଶଂସକ ଏବଂ ସେମାନେ ପୂର୍ବରୁ ସ୍ଥିର କରିସାରିଥିଲେ ଯେ, ଯଦି ସେମାନଙ୍କର ଶିଶୁ ପୁତ୍ର ହୁଏ ତେବେ ନବଜାତ ଶିଶୁର ନାମ ଭ୍ଲାଦିମିର ପୁଟିନ ରଖିବେ।

କିନ୍ତୁ ଏହି ଦମ୍ପତିଙ୍କ ପାଇଁ ଏହି ନାମ ରଖିବା ଅତ୍ୟନ୍ତ ମହଙ୍ଗା ପଡ଼ିଲା। ସ୍ୱିଡେନ ସରକାର ଏହା ଜାଣିବା ମାତ୍ରେ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ଦମ୍ପତିଙ୍କ ଦ୍ୱାରା ରଖାଯାଇଥିବା ଏହି ନାମ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ ଏବଂ ଏହି ନାମ ପରିବର୍ତ୍ତନ କରାଯିବା ଉଚିତ। ସ୍ୱିଡେନର ନିୟମ ଅନୁଯାୟୀ ପିଲାମାନଙ୍କର ନାମ ବିବାଦୀୟ ହେବା ଉଚିତ୍ ନୁହେଁ କିମ୍ବା ଏହାକୁ ଏକ ବଡ ସେଲିବ୍ରିଟିଙ୍କ ନାମରେ ନାମିତ କରାଯିବା ଉଚିତ୍ ନୁହେଁ।

ନବଜାତ ଶିଶୁଙ୍କ ନାମକରଣକୁ ନେଇ ଏକ ଅଜବ ନିୟମ ରହିଛି ସ୍ୱିଡେନରେ। ନିୟମ ଅନୁଯାୟୀ  ଅଭିଭାବକମାନେ ଶିଶୁର ଜନ୍ମର ତିନି ମାସ ମଧ୍ୟରେ ପିଲା ପାଇଁ ନିଜେ ବାଛିଥିବା ନାମକୁ ସରକାରୀ ବିଭାଗକୁ ଦେବାକୁ ପଡ଼ିବ।  ଏହି କ୍ରମରେ, ଏହି ଶିଶୁର ନାମ ଦେଖିବା ପରେ, ଏହାକୁ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଗଲା।

Leave A Reply

Your email address will not be published.