Latest Odisha News

BREAKING NEWS

ପୋଖରୀରେ ବୁଡି ବରଗଡ ଜନ୍ମିତ ଇସ୍ରୋ ବୈଜ୍ଞାନିକ ନିହାର ରଂଜନ ପ୍ରଧାନଙ୍କ ମୃତ୍ୟ

ବରଗଡ ଜିଲ୍ଲାର ଝାରପାଲି ଗାଁର ନିହାର ଇସ୍ରୋ ତରଫରୁ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇ କେରଳରେ କାର୍ଯ୍ୟରତ ଥିଲେ

ବରଗଡ: ବେଶ ପୁରୁଣା ନୁହଁ, ଗତବର୍ଷ ଜାନୁଆରୀ ମାସରେ ଭାରତୀୟ ଅନ୍ତରୀକ୍ଷ ବିଜ୍ଞାନ ଓ ପ୍ରାଦୌଗିକ ସଂସ୍ଥାନ ସହ ବୈଜ୍ଞାନିକ ଭାବେ ଯୋଡି ହୋଇଥିଲେ ବରଗଡର ନିହାର ରଂଜନ ପ୍ରଧାନ । ଏହି ଖବର ତାଙ୍କ ଗାଁ ସମେତ ସାରା ରାଜ୍ୟକୁ ଗୌରବାନ୍ୱିତ କରିଥିଲା । ହେଲେ ଆଜି ତାଙ୍କ ଅକାଳ ବିୟୋଗ ଖବର ସାରା ଦେଶରେ ଶୋକର ଛାୟା ଖେଳାଇଦେଇଛି ।

ବରଗଡ ଜିଲ୍ଲାର ଝାରପାଲି ଗାଁର ନିହାର ଇସ୍ରୋ ତରଫରୁ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇ କେରଳରେ କାର୍ଯ୍ୟରତ ଥିଲେ । ଗତ ୧୫ ତାରିଖରେ ସେ ଛୁଟି ନେଇ ଶନିବାର ଝାରପାଲିକୁ ଆସିଥିଲେ । ଗାଁରେ ବୁଲାବୁଲି କରିବା ସହ ଆଜି ଏକ ପୋଖରୀକୁ ଗାଧୋଇବାକୁ ଯାଇ ସେ ଆଉ ଫେରିନଥିଲେ । ପରେ ବହୁ ଖୋଜାଖୋଜି କରି ତାଙ୍କୁ ସ୍ଥାନୀୟ ଲୋକେ ପୋଖରୀରୁ ତାଙ୍କୁ ଉଦ୍ଧାର କରି ପ୍ରକାଶପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ନିହାରଙ୍କ ମୃତ୍ୟୁ ଖବର ସମଗ୍ର ଅଂଚଳ ବାସିନ୍ଦାଙ୍କୁ ଦୁଃଖିତ କରିଛି । ପରିବାର ଲୋକଙ୍କ ଅନୁଯାୟୀ ଅପ୍ରେଲ୍ ୧ ତାରିଖରେ ସେ ପୁନର୍ବାର କେରଳ ଫେରିଥାନ୍ତେ । ହେଲେ ବୋଧ ହୁଏ ପୋଖରୀରେ ତାଙ୍କ ପାଇଁ ଯମ ଅପେକ୍ଷା କରିଥିଲା । ଏଭଳି ଅଭାବନୀୟ ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିବା ସହ ବ୍ୟବଛେଦ ପାଇଁ ମୃତଦେହକୁ ବରଗଡ ପଠାଇଛି ।

Leave A Reply

Your email address will not be published.