Latest Odisha News

BREAKING NEWS

ଅପମିଶ୍ରଣକାରୀ ସାବଧାନ, ଧରାପଡ଼ିଲେ ଆଜୀବନ ଜେଲ୍

ଭୋପାଳ: ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି ବଢ଼ି ବଢ଼ି ଚାଲିଛି । ଅଧିକ ଦାମ ଦେଉଥିବା ବେଳେ ଆପଣଙ୍କୁ ଭଲ ଜିନିଷ ମିଳୁନାହିଁ । ମୁନାଫାଖୋର ଖାଦ୍ୟ ପ୍ରସ୍ତୁତକାରୀଙ୍କ ଯୋଗୁଁ ଆପଣଙ୍କ ଟଙ୍କା ଯିବା ସହ ସ୍ୱାସ୍ଥ୍ୟହାନୀ ହେଉଛି । ଏହାକୁ ନେଇ କଠୋର ହୋଇଛନ୍ତି ମଧ୍ୟପ୍ରଦେଶର ଶିବରାଜ ସରକାର । ଖାଦ୍ୟ ସାମଗ୍ରୀ ଅପମିଶ୍ରଣ କଲେ ଅପମିଶ୍ରଣକାରୀଙ୍କୁ ମହଙ୍ଗା ପଡ଼ିବ । ଏଣିକି ସେମାନଙ୍କୁ ଆଜୀବନ ଜେଲଦଣ୍ଡ ନେଇ ଶିବରାଜ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି । ‘ମିଳାୱଟ ପର କସାୱଟ’ ଅଭିଯାନ ପ୍ରକାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ଆଜୀବନ କାରାଦଣ୍ଡ ଭୋଗିବାକୁ ପଡ଼ିବ । ପୂର୍ବରୁ ୬ ମାସ ଜେଲ୍ ହେଉଥିବା ବେଳେ ଏହାକୁ ବଢ଼ାଇ ଦିଆଯାଇ ୩ ବର୍ଷ କରାଯାଇଥିଲା । ଏବେ ତାକୁ ସଂଶୋଧନ କରାଯାଇ ଆଜୀବନ କାରାଦଣ୍ଡ କରାଯାଇଛି ।

Leave A Reply

Your email address will not be published.