Latest Odisha News

BREAKING NEWS

ଥମୁନି ବେଆଇନ ଗୋଚାଲାଣ: ସ୍କର୍ପିଓରେ ଚାଲାଣ ବେଳେ ମାଡିବସିଲେ ଲୋକେ, ଲଗାଇଦେଲେ ନିଆଁ

କେନ୍ଦୁଝର: ଥମୁନି ବେଆଇନ ଗୋଚାଲାଣ  । କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଆଜି ଏକ ସ୍କର୍ପିଓରେ ଗୋରୁ ଚାଲାଣ ହେଉଥିବାବେଳେ ସ୍ଥାନୀୟ ଲୋକେ କୌଣସି ସୂତ୍ରରୁ ଜାଣିପାରି ସ୍କର୍ପିଓକୁ ଜବତ କରି ସେଥିରେ ନିଆଁ ଲଗାଇଦେଇଛନ୍ତି  । ସୂଚନା ଅନୁଯାୟୀ ଢେଙ୍କିକୋଟ ପଟରୁ ସାହାରପଡା ଆଡକୁ ଗୋରୁ ମାନଙ୍କୁ ଅତି ଦୟନୀୟ ଅବସ୍ଥାରେ ଗାଡି ଭିତରେ ବାନ୍ଧି ନିଆଯାଉଥିଲା  ।

ଏହି ସମୟରେ ପାଟଣା ବନ ବିଭାଗର କର୍ମଚାରୀ  ଉକ୍ତ ଗାଡିରେ କାଠ ଚୋରା ଚାଲାଣ ହେଉଥିବା ସନ୍ଦେହ କରି ଗାଡିଟିର ପିଛା କରିଥିଲେ  । ତେବେ ହଠାତ୍  ଗାଡିଟିର ଆଗ ଚକା ପମ୍ପଚର ହୋଇଯିବାରୁ ଗୋଚାଲାଣକାରୀ ଗାଡିକୁ ଛାଡି ଫେରାର ହୋଇଯାଇଥିଲେ  । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କର୍ପିଓ ଗାଡିଟିକୁ ଜବତ କରିଛି  । ସେପଟେ ଉତ୍ତ୍ୟକ୍ତ ଲୋକେ  ପୋଲିସ ଉପସ୍ଥିତିରେ ଗାଡିରେ ନିଆଁ ଲଗାଇଦେଇଥିବା ଦେଖିବାକୁ ମିଳିଛି  । ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି  ।

 

Leave A Reply

Your email address will not be published.