Latest Odisha News

BREAKING NEWS

୪୦ ବର୍ଷରେ ଧୁଆଁଧାର ଓପନର ବିରେନ୍ଦ୍ର ସେହେୱାଗ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହେୱାଗଙ୍କ ଆଜି ୪୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ।

 

ବର୍ତ୍ତମାନ ସମୟରେ ସେହେୱାଗ କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ଆଜି ବି ପ୍ରଶଂସକ ମାନେ ତାଙ୍କର ବିସ୍ଫୋରକ ବ୍ୟାଟିଂକୁ ଭୁଲିପାରିନାହାନ୍ତି ।

୧୯୭୮ ମସିହା ଅକ୍ଟୋବର ୨୦ରେ ହରିୟାଣାର ଏକ ଜାଠ ପରିବାରରେ ୩ୟ ସନ୍ତାନ ଭାବେ ସେ ଜନ୍ମ ଗ୍ରହଣ କରିଥିଲେ ।

ତାଙ୍କର ନିଆରା ଅନ୍ଦାଜ ପାଇଁ ଦର୍ଶକ ତାଙ୍କୁ କେତେବେଳେ ‘ବୀରୁ’ କହି ସମ୍ବାଧନ କରୁଥିବାବେଳେ ଆଉ କିଛି ତାଙ୍କୁ ‘ନଜଫଗଡର ନବାବ’ ବୋଲି ଡାକୁଥିଲେ ।

ବୀରୁ ନିଜ କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ କରିଥିବାବେଳେ ତାଙ୍କର ୨ଟି ତ୍ରି ଶତକକୁ ଆଜି ବି ମନେ ପକାଇଥାନ୍ତି କିକ୍ରେଟ ପ୍ରେମୀମାନେ । ଏଭଳି କରିବାରେ ସେ ହେଉଛନ୍ତି ଏକମାତ୍ର ଭାରତୀୟ କ୍ରିକେଟର ।

ସେ ୨୦୦୪ ମାର୍ଚ୍ଚ ୨୮ରେ ପାକିସ୍ତାନ ମୁଲତାନ ଟେଷ୍ଟରେ ଏହି ତ୍ରି ଶତକ ହାସଲ କରିଥିଲେ । ଏହି ମ୍ୟାଚରେ ବୀରୁ ୩୦୯ ରନ ଯୋଡିଥିଲେ । ଏଥିସହିତ ଶୀଘ୍ର ଶୀଘ୍ର ରନ କରିବାରେ ମାହିର ଥିବା ସେହେୱାଗ ଟି-୨୦ରେ ମଧ୍ୟ ଏକ ଭିନ୍ନ ରେକର୍ଡ ତିଆରି କରିବାରେ ସଫଳ ହୋଇଥିଲେ ।

ସେ ତାଙ୍କର ପ୍ରଥମ ଡେବ୍ୟୁ ଭାବେ ୧୯୯୮ ରେ ଦିଲ୍ଲୀ ପାଇଁ ହରିୟାଣା ବିପକ୍ଷରେ ୭ନମ୍ବରରେ ଆସି ୧୧୮ ରନ ଖେଳି ପାରିଥିଲେ ।

Leave A Reply

Your email address will not be published.