Latest Odisha News

ବରଗଡ଼ରେ ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା

ବରଗଡ଼: ସଦର ଥାନା ଗୋବିନ୍ଦପୁର ଅଞ୍ଚଳରେ ଥିବା ସିଆରପିଏଫ କ୍ୟାମ୍ପ ଅଫିସ୍ ରେ ଜଣେ ଯବାନ୍ ଆତ୍ମହତ୍ୟା କରିଛନ୍ତି ।

ରବିବାର ସକାଳେ ଅନ୍ୟ ଯବାନ ସୁବେଶ କୁମାର ସିଂ ଙ୍କୁ ତାଙ୍କ କ୍ୱାର୍ଟରରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ପୋଷ୍ଟମର୍ଟମ କରାଇଥିଲା ।

ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୋଲିସ କହିଛି । କିନ୍ତୁ ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଛି । ସୁବେଶଙ୍କ ଘର ଉତ୍ତରପ୍ରଦେଶର ସନ୍ତ କବୀର ନଗର । ସେ ଏ-୧୮୯ ସିଆରପିଏଫ ବାଟାଲିଅନରେ କାର୍ଯ୍ୟରତ ଥିଲେ ।

ସଦର ଥାନା ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏନେଇ କ୍ୟାମ୍ପ ଅଧିକାରୀଙ୍କ କିଛି ପ୍ରତିକ୍ରିୟା ମିଳିପାରିନି ।

Leave A Reply

Your email address will not be published.