Latest Odisha News

BREAKING NEWS

ଆଇପିଏଲ: କ୍ୱାଲିଫାୟରରେ ହାଇଦ୍ରାବାଦର ବ୍ୟାଟିଂ ବିପର୍ଯ୍ୟୟ

ଅହମ୍ମଦାବାଦ: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟରରେ ସନରାଇଜର୍ସ ହାଇଦ୍ରାବାଦର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ୧୬୦ ରନର ବିଜୟ ଲକ୍ଷ୍ୟ ରଖିଛି । ହାଇଦ୍ରାବାଦର ଦୁଇ ଷ୍ଟାର ଓପନର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଫେଲ ମାରିଥିଲେ । ଚଳିତ ସଂସ୍କରଣରେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ଦଳର ବିଜୟରେ ମୂଖ୍ୟ କାରଣ ସାଜୁଥିଲା । ଟ୍ରେଭିସ ହେଡ ଖାତା ଖୋଲି ନ ପାରି ଓ ଅଭିଷେକ ଶର୍ମା ୩ ରନ କରି ଆଉଟ ହୋଇଥିଲେ । ରାହୁଲ ତ୍ରିପାଠୀ(୫୫), ହେଇନରିକ କ୍ଲାସେନ (୩୨) ଓ ପ୍ୟାଟ କୁମିନ୍ସ ୩୦ ରନର ଇନିଂସ ଖେଳିବା ଯୋଗୁ ଦଳ ୧୫୦ରୁ ଊର୍ଦ୍ଧ୍ୱ ସ୍କୋର କରିପାରିଥିଲା । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଦଳ ୧୯.୩ ଓଭରରେ ୧୫୯ ରନ କରି ଅଲଆଉଟ ହୋଇ ଯାଇଥିଲା ।

କେକେଆର ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତି ୨ଟି ୱିକେଟ ହାସଲ କରିଥିଲେ । ଏହି ମୁକାବିଲାରେ ପରାଜିତ ଦଳ ନିକଟରେ ଅବଶ୍ୟ ଫାଇନାଲରେ ପ୍ରବେଶ ପାଇଁ ଆଉ ଏକ ସୁଯୋଗ ମିଳିବ । ହାଇଦ୍ରାବାଦ ଅଧିନାୟକ ପ୍ୟାଟ କୁମିନ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ ।

Leave A Reply

Your email address will not be published.