Latest Odisha News

BREAKING NEWS

ଭାରତ ଠାରୁ ଦୂରରେ ଯିବ ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’, ଛୁଇଁବନି ଉପକୂଳ

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି । ଅନ୍ୟପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏବେ ବାତ୍ୟା ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ଗତି କରୁଛି ।

ବାତ୍ୟା ‘ବିପର୍ଯ୍ୟୟ’ ଗୋଆ ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମରେ ୮୫୦ କିଲୋମିଟର ଦୂରରେ ରହିଥିବା ବେଳେ ମୁମ୍ବାଇ ଠାରୁ ଦକ୍ଷିଣପଶ୍ଚିମରେ ୯୦୦ କିଲୋମିଟର, ପୋରବନ୍ଦର ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୯୩୦ କିଲୋମିଟର ଏବଂ କରାଚି ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମରେ ୧୨୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’ ୨୪ ଘଣ୍ଟାରେ ଆହୁରି ଶକ୍ତିଶାଳୀ ହୋଇ ଆଗାମୀ ୩ ଦିନ ଯାଏ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ପ୍ରଭାବରେ କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଗୁଜରାଟ ଉପକୂଳରେ ପବନ ସହ ବର୍ଷା ହେବ ।

ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ୧୨ ତାରିଖ ଯାଏ ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ଓ ଦକ୍ଷିଣ ଆରବ ସାଗର ବାରଣ କରାଯାଇଛି । ୧୨ରୁ ୧୪ ତାରିଖ ଯାଏ ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ସାଗରକୁ ଯିବା ଲାଗି ମନା କରାଯାଇଛି ।

ଡାଉନ୍ ଟୁ ଆର୍ଥର ରିପୋର୍ଟ ଅନୁସାରେ, ଏବେ ବି ବାତ୍ୟାର ଗତିପଥ ପୂରା ସ୍ପଷ୍ଟ ହୋଇ ନାହିଁ । ୱିଣ୍ଡି  ଅନୁସାରେ, ବାତ୍ୟା ‘ବିପର୍ଯ୍ୟୟ’ କରାଚି ଓ ଗୁଜରାଟ ଆଡ଼କୁ ମୁହାଁଉଛି । ସେହିଭଳି ୱିଣ୍ଡିର ଆଉ ଏକ ମଡେଲ୍ କହୁଛି ଏହା ୧୪ ତାରିଖରେ ଓମାନ୍ ଉପକୂଳ ଛୁଇଁବ ।

Leave A Reply

Your email address will not be published.