Latest Odisha News

କମିପାରେ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: କମିପାରେ ପେଟ୍ରୋଲ, ଡିଜେଲ ଦର ।  ତୈଳ ବିତରକ କମ୍ପାନୀ ବିପିସିଏଲ, ଏଚପିସିଏଲ ଏବଂ ଇଣ୍ଡିଆନ ଅଏଲ ପରି କମ୍ପାନୀ ତୈଳ ଦର ହ୍ରାସ କରିପାରନ୍ତି । ଏ ନେଇ ନିଉଜ ଏଜେନ୍ସ ଏଏନଆଇ ପକ୍ଷରୁ ସୂଚନା ମିଳିଛି । ସରକାରୀ ସୂଚନାକୁ ଆଧାର କରି ଏଏନଆଇ ପକ୍ଷରୁ କୁହାଯାଇଛି, ଏହି କମ୍ପାନୀ ଗୁଡିକ ସେମାନଙ୍କ କ୍ଷତି ଭରଣା କରି ସାରିଛନ୍ତି । ଏବେ ସେମାନେ ସାମନ୍ୟ ସ୍ଥିତିକୁ ଫେରୁଛନ୍ତି । ତେଣୁ ତୈଳ କମ୍ପାନୀ ପେଟ୍ରୋଲ, ଡିଜେଲ ଦର ହ୍ରାସ କରିପାରନ୍ତି ।

ଏଏନଆଇ ପକ୍ଷରୁ କୁହଯାଇଛି, ଓଏମସିର ତ୍ରୟମାସିକ ବ୍ୟବସାୟ ଭଲ ହୋଇଛି ଏବଂ ଆଉ ଏକ ତ୍ରୟମାସିକ ସଫଳତା ପାଇବାକୁ ଯାଉଛନ୍ତି । ତେଣୁ ଓଏମସି ଡିଜେଲ ଓ ପେଟ୍ରୋଲ ଦର କାଟିପାରେ । ନିକଟରେ ସାଉଦି ଆରବ ତୈଳ ଉତ୍ପାଦନ ହ୍ରାସ କରିବାର ନିଷ୍ପତ୍ତି ନେଇଛି । ଏହି ଅନୁସାରେ ଦୈିନିକ ଏକ ମିଲିଅନ ବ୍ୟାରେଲ ତୈଳ ଉତ୍ପାଦନ କରିବ ବୋଲି ସୂଚନା ମିଳିଛି । ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଓ ଡିଜେଲ ଦର ସମୀକ୍ଷା କରାଯାଇ ଘୋଷଣା କରା ଯାଇଥାଏ  । ଭାଟ, ଲୋକାଲ ଟାକ୍ସ ଇତ୍ୟାଦିକୁ ହିସାବକୁ ନେଇ ପ୍ରତି ସହରରେ ତୈଳ ଦର ଭିନ୍ନ ଥାଏ । ତେବେ ଆଜି ସକାଳୁ ଏହି ଦରରେ କୌଣସି ପରବର୍ତ୍ତନ କରାଯାଇ ନାହିଁ ।

Leave A Reply

Your email address will not be published.