Latest Odisha News

ପ୍ରଳୟଙ୍କାରୀ ବାତ୍ୟା ‘ଫନି’: ନବୀନଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ମେହବୁବା ମୁଫତି ଓ କମଲ ହାସନ୍

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଅତି ଭୟଙ୍କର ରୂପ ନେଇ ଓଡିଶା ଉପକୂଳରେ ତାଣ୍ଡବ ରଚିବା ପରେ ରାଜ୍ୟରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି ।

ଏହି ବ୍ୟାତା ପରେ ଅଧା ଓଡିଶାର ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଥିବାବେଳେ ରାଜ୍ୟ ସରକାରଙ୍କ ବାତ୍ୟାକୁ ନେଇ ପୂର୍ବ ପ୍ରସ୍ତୁତି ଫଳରେ ଲକ୍ଷଲକ୍ଷ ବ୍ୟକ୍ତିଙ୍କ ପ୍ରାଣ ବଞ୍ଚିଯାଇଛି । ଯାହାକୁ ନେଇ ନବୀନ ସରକାରଙ୍କ କାର୍ଯ୍ୟକୁ ସାରା ଦେଶରେ ବହୁଳ ଭାବେ ପ୍ରଶଂସା କରାଯାଉଛି ।

ଏହି ପରିପ୍ରେକ୍ଷୀରେ ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି୍ ଫନି ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ଲାଗି ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ।

ଆହୁରି ମଧ୍ୟ ଦକ୍ଷିଣ ଭାରତୀୟ ସିନେ ଜଗତର ଅଭିନେତା ତଥା ସୁପରଷ୍ଟାର କମଲ ହାସନ ଟ୍ୱିଟ୍ କରି ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି ।

ସେହିପରି ପୂର୍ବରୁ ଜାତିସଂଘ ଓ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନବୀନ ସରକାରଙ୍କ କାର୍ଯ୍ୟ ତଥା ବାତ୍ୟାର ପୂର୍ବ ପ୍ରସ୍ତୁତିକୁ ନେଇ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.