Latest Odisha News

BREAKING NEWS

ଅତି ନିକଟତର ହେଲା ବାତ୍ୟା ଫନି, ପୁରୀ ଓ ଗଞ୍ଜାମରେ ବର୍ଷା ଜାରି

ପୁରୀ/ଭୁବନେଶ୍ୱର : ଅତି ଭୟଙ୍କର ସାମୁଦ୍ରିକ ଝଡ ଫନି ଓଡିଶା ଉପକୂଳ ନିକଟତର ହେବାରେ ଲାଗିଛି। ଏହା ପୁରୀ ଜିଲ୍ଲା ସାତପଡା ଓ ଏହାର ଦକ୍ଷିଣ ଭାଗରେ ପ୍ରବଳ ବର୍ଷା ସହ ପବନର ବେଗ ବଢିବାରେ ଲାଗିଛି।

କିଛି ସମୟ ମଧ୍ୟରେ ବାତ୍ୟା ଫନି ପୁରୀ ଓ ଗୋପାଳ ପୁର ମଧ୍ୟରେ ସ୍ଥଳ ଭାଗ ଛୁଇଁବ। ଏହି ବାତ୍ୟା ସ୍ଥଳ ଭାଗ ଛୁଇଁବାକୁ ଥିବାବେଳେ ପାଣିପାଗ ବିିଭାଗ  କେଉଁ ସ୍ଥଳ ଭାଗ ଛୁଇଁବ, ସେନେଇ ସଠିିିକ୍ ଜଣାପଡିନାହିଁଁ। ମାତ୍ର ସାତପଡା ଠାରେ ସ୍ଥଳ ଭାଗ ଛୁଇଁବାରେ ପୂର୍ବାନୂମାନ କରାଯାଇଥିଲେ ମଧ୍ୟ ଗଞ୍ଜାମର ରମ୍୍ଭା ଉପକୂଳରେ ପହଞ୍ଚିବାର ଆଶଙ୍କା ରହିଛି।

ଏହି ବାତ୍ୟା ସକାଳ ୮ଟାରୁ ୧୦ ସ୍ଥଳ ଭାଗ ଛୁଇଁବାର ପ୍ରକ୍ରିିିୟା ଜାରିି ରହିବ।

ସାମୁଦ୍ରିକ ଝଡ ଫନିର ବେଗ ଘଣ୍ଟାପ୍ରତି ୧୭୦ରୁ ୧୮୦ କିମି ରହିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ଏହି ପବନର ବେଗ ଘଣ୍ଟାପ୍ରତି ୨୦୦ କିମି ରହିବ ବୋଲି ବିଭାଗ ପକ୍ଷରୁ ଆଶଙ୍କା କରାଯାଉଛି।

Leave A Reply

Your email address will not be published.