Latest Odisha News

BREAKING NEWS

ପୁରୀରେ ସ୍ଥଳଭାଗ ଛୁଇଁଲା ଫନି : ରଚିଲା ତାଣ୍ଡବ

ଭୁବନେଶ୍ୱର: ମହାବାତ୍ୟା ଫନି ଶୁକ୍ରବାର ସକାଳେ ପୁରୀରେ ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଛି । ଶତାଧିକ ବଡ଼ବଡ଼ ଗଛ ମୂଳରୁ ଉପୁଡ଼ିଯିବା ସହ ଅଧିକାଂଶ ଇଲେକ୍‍ଟ୍ରି ଓ ଟେଲିଫୋନ୍‍ ଖୁଣ୍ଟି ବଙ୍କା ହୋଇଯାଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି ।

ସ୍ୱତନ୍ତ୍ର ରିଲିଫ୍‍ କମିଶନର୍‍ ବିଷ୍ଣୁପଦ ସେଠୀଙ୍କ କହିବା ଅନୁଯାୟୀ “ସକାଳ ୮ଟାରେ ବାତ୍ୟା ଆରମ୍ଭ ହୋଇ ପ୍ରବଳ ବର୍ଷା ଓ ପବନ ଲାଗିରହିଛି । ଆମେ ପରିସ୍ଥିତି ଉପରେ ସତର୍କତାର ସହ ନଜର ରଖିଛୁ ଏବଂ ବିପର୍ଯ୍ୟୟ ପ୍ରଶମନ ପାଇଁ ଉଦ୍ୟମ ଜାରି ରଖିଛୁ ।”

ଫନି ପ୍ରଭାବରେ ପୁରୀ ଜିଲ୍ଲାରେ ୧୫୦ରୁ ୧୭୫ କିମି ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ୬୦ରୁ ୭୦ କିମି ବେଗରେ ପବନ ବହିବା ସହ ଲଗାତାର ବର୍ଷା ଜାରି ରହିଛି ।

ଅଧିକ ବାତ୍ୟା ବିବରଣୀ ଜାଣିବା ପାଇଁ ଏମ.ଏଚ.ଏ. କଂଟ୍ରୋଲ ରୁମ୍‍ ହେଲ୍ପଲାଇନ୍‍ ନମ୍ବର ହେଉଛି- ୧୯୩୮ ।

Leave A Reply

Your email address will not be published.