Latest Odisha News

BREAKING NEWS

ମେ ୫ ଯାଏ ଆଶ୍ୱସ୍ତି, ବୃଦ୍ଧି ପାଇବନି ଦିନର ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ ଖରା ତାତିରୁ ମିଳବ ଆଶ୍ୱସ୍ତି । ମେ ୫ ତାରିଖ ପର୍ଯ୍ୟନ୍ତ ବଢ଼ିବନି ଦିନର ତାପମାତ୍ରା । ବଙ୍ଗୋପ ସାଗର ସଂଲଗ୍ନ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ସମୁଦ୍ର ଆଡୁ ଜଳକଣାପୂର୍ଣ୍ଣ ପବନ ପ୍ରବାହିତ ହୋଇଥିବାରୁ ତାପମାତ୍ରା ବୃଦ୍ଧି ପାଇବ ନାହିଁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଜଳବାୟୁ ଓ ପରିବେଶ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି ।

ଏହି ଆଂଟି ସାଇକ୍ଲୋନିକ ପ୍ରବାହ ଓଡ଼ିଶା ପାଇଁ ଅନୁକୂଳ ହୋଇଥିବା ବେଳେ କେତେକ ସ୍ଥାନରେ ବର୍ଷା ହେବା ସହ କାଳବୈଶାଖୀର ମଧ୍ୟ ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।  ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବାରମ୍ବାର କାଳବୈଶାଖୀ ହେବାର ସମ୍ଭାବନା ଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ମେ ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇ ୩୮ ଡିଗ୍ରୀ ସେଲସିୟସ୍ ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ଦିନଗୁଡ଼ିକରେ ଦିନର ତାପମାତ୍ରା ୩୫ କିମ୍ବା ୩୬ ଡିଗ୍ରୀ ରହିବ ବୋଲି ଆକଳନ କରାଯାଇଛି ।

ପଶ୍ଚିମ ଦିଗରୁ ଅପରଏୟାର ଟ୍ରଫ୍ ଏବଂ ବଙ୍ଗୋପ ସାଗର ଆଡୁ ପବନରେ ଆର୍ଦ୍ରତାର ପରିମାଣ ବୃଦ୍ଧି ପାଇବା ଯୋଗୁଁ ମେ ୧ ତାରିଖରୁ କାଳବୈଶାଖୀ ଅଧିକ ମାତ୍ରାରେ ହେବାର ସମ୍ଭାବନା ରହିଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.