Latest Odisha News

ପାରାରାଜୀଙ୍କ ପ୍ରଶ୍ନରେ ରାଗିଗଲେ ପରିଣୀତି: କହିଲେ ଆପଣମାନେ ପାଗଳ ହୋଇଯାଇଛନ୍ତି

ମୁମ୍ବାଇ: କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢାଙ୍କ ସମ୍ପର୍କ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ କିଛି ଦିନ ମଧ୍ୟରେ ଦୁହେଁ ଏକାଠି ଅନେକ ଥର ନଜର ଆସିଛନ୍ତି, ଯାହା ପରେ ଉଭୟଙ୍କ ବିବାହ ଗୁଜବ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ନିକଟରେ ପରିଣୀତିଙ୍କ ହାତରେ ଏକ ରିଙ୍ଗ ଦେଖାଯାଉଥିବାରୁ ତାଙ୍କର ରାଘବଙ୍କ ସହ ନିର୍ବନ୍ଧ ହୋଇଥିବା ଗୁଜବ ହୋଇଥିଲା । ପ୍ରଶଂସକ ଏବଂ ଗଣମାଧ୍ୟମ ପ୍ରତିନିଧି ଏନେଇ ବାରମ୍ବାର ପଚାରୁଥିଲେ ମଧ୍ୟ ସେମାନେ କିଛି କହିବାକୁ ପ୍ରସ୍ତୁତ ନୁହଁନ୍ତି । ସୋମବାର ପାପାରାଜୀଙ୍କ ପ୍ରଶ୍ନରେ ପରିଣୀତି ରାଗିଯାଇ ପ୍ରତିକ୍ରିୟା ଦେଇଥିବା ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

BjdElectrycity

ସୋମବାର ସନ୍ଧ୍ୟାରେ ମୁମ୍ବାଇ ବିମାନବନ୍ଦରରେ ପରିଣୀତିଙ୍କୁ ଦେଖିବାକୁ ମିଳିଥିଲା । ସେ କାରରୁ ଓହ୍ଲାଇବା ମାତ୍ରେ ପାପାରାଜି ତାଙ୍କୁ ଘେରିଯାଇଥିଲେ । ସେହି ଗୋଟିଏ ପ୍ରଶ୍ନ ହିଁ ପଚାରିଥିଲେ । ଆପଣ କେବେ ବିବାହ କରୁଛନ୍ତି ? ପରିଣୀତି ଉତ୍ତର ଦେବା ବଦଳରେ ହସିଦେଇଥିଲେ । ହେଲେ ପୁଣି ପାପାରାଜି ପୁଣି ପଚାରିଥିଲେ ବିବାହ ତାରିଖ କେତେ ? ଏହି ପ୍ରଶ୍ନରେ ପରିଣୀତି ଟିକେ ରାଗିଯାଇ ନିଜର ପ୍ରତିକ୍ରିୟା ଦେଇଥିଲେ । କହିଥିଲେ ‘ଆପଣମାନେ ପାଗଳ ହୋଇଯାଇଛନ୍ତି’ । ଏପରି ପ୍ରତିକ୍ରିୟା ଶୁଣି ପ୍ରଶଂସକମାନେ ନାପସନ୍ଦ କରିଛନ୍ତି ।
କୁହାଯାଉଛି ଯେ, ଉଭୟ ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧା ବିବାହ କରିବେ । କାରଣ ପରିଣୀତି ତାଙ୍କ ଆଗାମୀ ପ୍ରୋଜେକ୍ଟରେ ବହୁତ ବ୍ୟସ୍ତ ଥିବାରୁ ବିବାହ କରିବାକୁ ତତ୍ପର ନୁହଁନ୍ତି । ସେ ଅନେକ ଚଳଚ୍ଚିତ୍ରରେ କାମ କରୁଥିବା ଦେଖିବାକୁ ମିଳିବ ।

ରାଘବ ହେଉଛନ୍ତି ସର୍ବକନିଷ୍ଠ ସାଂସଦ । ତାଙ୍କୁ ନିକଟରେ ପରିଣୀତି ଚୋପ୍ରାଙ୍କ ସହ ଉଭୟ ରାତ୍ରି ଏବଂ ମଧ୍ୟାହ୍ନ ଭୋଜନ କରୁଥିବାର ଦେଖିବାକୁ ମିଳିଥିଲା । ଏଥିସହିତ ସୋସିଆଲ ମିଡିଆରେ ସେମାନଙ୍କ ଡେଟିଂ ଖବର ପ୍ରଚାର ହେବାରେ ଲାଗିଲା । ପରେ ପରିଣୀତିଙ୍କୁ ଫ୍ୟାସନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ବାସଭବନରେ ଦେଖିବାକୁ ମିଳିଥିଲା । ସେ ବିବାହ ପୋଷାକ ଅର୍ଡ଼ର ଦେବାକୁ ପରିଣୀତି ମନୀଷଙ୍କ ଘରକୁ ଯାଇଛନ୍ତି ବୋଲିି ଆଲୋଚନା ହୋଇଥିଲା । ଏଥିସହିତ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୀବ ଆରୋରା ମଧ୍ୟ ଅଭିନେତ୍ରୀ ତଥା ସାଂସଦଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 

Leave A Reply

Your email address will not be published.