ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ଅନ୍ୟାନ୍ୟ ଅସମ୍ପୂର୍ଣ ଥିବା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ନିଷ୍ପତି । ଆଜି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ସଂସ୍କୃତି ଉପଦେଷ୍ଟା କମିଟି ବୈଠକରେ ଏହି ନିଷ୍ପତି ହୋଇଛି l ଅଭ୍ୟର୍ଥନା କକ୍ଷ ସମେତ ପ୍ରଶାସନିକ ନୂତନ କାର୍ଯ୍ୟାଳୟ, ରଘୁନନ୍ଦନ ଲାଇବ୍ରେରୀ, ସାଂସ୍କୃତିକ କେନ୍ଦ୍ର ନିର୍ମାଣ ଏବଂ ଜେବିପିସିରେ ଧ୍ୟାନ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ସମୀକ୍ଷା ବୈଠକରେ ସ୍ଥିର କରାଯାଇଛି l
ସେହିପରି ଉତ୍ତର ଦ୍ୱାର ନିକଟରେ ଭକ୍ତ ଓ ଶ୍ରଦ୍ଧାଳୁ ସୁବିଧାରେ ମହାପ୍ରସାଦ ସେବନ ପାଇଁ ସ୍ୱତ୍ରନ୍ତ୍ର ଅନ୍ନକ୍ଷେତ୍ର ପ୍ରତିଷ୍ଠା ସହ ଗୁଣ୍ଡିଚା ମନ୍ଦିରରେ ୨୦୨୬ ରଥଯାତ୍ରା ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ନେଇ ବୈଠକରେ ଆଲୋଚନା କରାଯାଇଥିଲା l ଆଜି ଏନେଇ କମିଟି ପ୍ରଥମେ କ୍ଷେତ୍ର ପରିଦର୍ଶନ କରିବା ପରେ ସମୀକ୍ଷା କରି ନିଷ୍ପତି ନିଆଯାଇଛି l ବର୍ତ୍ତମାନର ଶ୍ରୀମନ୍ଦିର କାର୍ଯ୍ୟାଳୟ ହେବ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅଭ୍ୟର୍ଥନା କେନ୍ଦ୍ର । ଶ୍ରୀମନ୍ଦିରର ନୂତନ କାର୍ଯ୍ୟଳୟ ନରେନ୍ଦ୍ର ମହଳା ସ୍ଥାନରେ ହେବାକୁ ସ୍ଥିର ହୋଇଅଛି ।
ସେହିପରି ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ଓ ରଘୁନନ୍ଦନ ଲାଇବ୍ରେରୀ ଏମାର ମଠ ନିକଟରେ ଥିବା ଖାଲି ସ୍ଥାନରେ ନିର୍ମାଣ ହେବ । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମହାପ୍ରସାଦ ସେବନ ସୁବିଧା ନେଇ ଉତ୍ତର ଦ୍ୱାର ବାହାରେ ଅର୍ଣ୍ଣକ୍ଷେତ୍ର କରିବା ନେଇ ପ୍ରସ୍ତାବ ରହିଥିବାବେଳେ ଜଗନ୍ନାଥ ବଲ୍ଳଭ ପାର୍କିଂର ଉପର ମହଲାରେ ଧ୍ୟାନ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l
ଆଜି ସକାଳୁ ଶ୍ରୀମନ୍ଦିର ସଂସ୍କୃତି ଉପଦେଷ୍ଟା କମିଟି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ଗୁଣ୍ଡିଚା ମନ୍ଦିର ଓ ପ୍ରମୋଦ ଉଦ୍ୟାନ ଆଦି କ୍ଷେତ୍ର ପରିଦର୍ଶନ କରିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ବୈଠକ ଅନୁଷ୍ଠିତ ହୋଇଥିଲା ବୈଠକରେ ଅଧା ପନ୍ତରିୟା କାର୍ଯ୍ୟ ଗୁଡିକୁ ସଂସ୍କୃତି ଓ ଧାର୍ମିକ ବିଚାର ବିମର୍ଶ ଅନୁଯାଇ ଶେଷ କରିବା ନେଇ ନିଷ୍ପତି ନିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ପ୍ରଦାନ କରିଛନ୍ତି l ଓବିସିସି ଦ୍ୱାରା ନିର୍ମାଣ ଧୀନ ସମସ୍ତ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ନେଇ ଆଜି ସ୍ୱତ୍ରନ୍ତ୍ର ବୈଠକରେ ନିଷ୍ପତି ନିଆଯାଇଛି l
ଅଧାପନ୍ତରିଆ ପ୍ରକଳ୍ପ ସମେତ ବିଭିନ୍ନ ମଠର ପୁନରୁଦ୍ଧାର ଯଂଜ୍ଞ ସ୍ଥଳି, ପ୍ରବଚନ କେନ୍ଦ୍ର ଆଦି କାର୍ଯ୍ୟ ଶେଷ କରିବା ନେଇ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ପୂର୍ବ ସରକାର ସମୟରେ ଆରମ୍ଭ ହୋଇଥିବା ଯୋଜନା ଗୁଡିକର କାର୍ଯ୍ୟ ଶେଷ କରିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ଉପଲବ୍ଧ କରିବା ନେଇ ଆଜିର ବୈଠକରେ ନିଷ୍ପତି ନିଆଯାଇଛି l ବିଶେଷ କରି ଭକ୍ତ ମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ସହ ଅନ୍ନକ୍ଷେତ୍ର ପ୍ରତିଷ୍ଠା ଏବଂ ମହାପ୍ରଭୁଙ୍କର ଜନ୍ମ ବେଦି ଗୁଣ୍ଡିଚା ମନ୍ଦିରର କାର୍ଯ୍ୟ ଶେଷ କରିବାକୁ କମିଟି ନିଷ୍ପତି ନେଇଛି l
Comments are closed.