Latest Odisha News

ଫର୍ଚ୍ୟୁନ୍ ପତ୍ରିକାରେ ସ୍ଥାନ ପାଇଲେ ଇଶା ଓ ଆକାଶ ଅମ୍ବାନୀ

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଫର୍ଚୁନ ପତ୍ରିକାରେ ସ୍ଥାନ ପାଇଛନ୍ତି ରିଲାଏନ୍ସ ଜିଓର ନିର୍ଦ୍ଦେଶକ ଆକାଶ ଅମ୍ବାନୀ ଓ ଇଶା ଅମ୍ବାନୀ। ପତ୍ରିକା ପକ୍ଷରୁ ୪୦ ବର୍ଷରୁ କମ ବୟସ ବର୍ଗରେ ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କୁ ନେଇ ପ୍ରକାଶ କରାଯାଇଥିବା ତାଲିକାରେ ଏ ଦୁଇ ଜଣଙ୍କ ନାଁ ସ୍ଥାନ ପାଇଛି ।

୨୦୨୦ ବର୍ଷ ପାଇଁ ଆର୍ଥିକ କ୍ଷେତ୍ର, ପ୍ରଯୁକ୍ତି. ସ୍ୱାସ୍ଥ୍ୟସେବା, ସରକାର ଓ ରାଜନୀତି ଏବଂ ମିଡିଆ ଓ ମନୋରଂଜନ ଭଳି ପାଞ୍ଚଟି ବର୍ଗରେ ଫର୍ଚ୍ୟୁନ ପକ୍ଷରୁ ୪୦ବର୍ଷରୁ କମ ବୟସର ବିଶ୍ୱର ୪୦ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ତାଲିକା ପ୍ରକାଶ କରାଯାଇଛି । ଏହି ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ୨୮ବର୍ଷୀୟ ଯମଜ ଝିଅ ଓ ପୁଅ ଇଶା ଏବଂ ଆକାଶ ଅମ୍ବାନୀ ସ୍ଥାନ ପାଇଛନ୍ତି ।

ଏଥି ସହିତ ଫର୍ଚ୍ୟୁନ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, ଡାଟା ହେଉଛି ନୂଆ ତୈଳ, ଯାହା ଭାରତର ସର୍ବବୃହତ୍ତ କମ୍ପାନୀ ରିଲାଏନ୍ସ ଇଣ୍ଟଷ୍ଟ୍ରିଜ କ୍ଷେତ୍ରରେ ବେଶ୍ ପ୍ରଯୁଜ୍ୟ । ୪୭ ବର୍ଷ ପୁରୁଣା ଏହି କମ୍ପାନୀ ପେଟ୍ରୋଲିୟମ କ୍ଷେତ୍ରରେ ବେଶ୍ ସଫଳତା ହାସଲ କରିବା ପରେ ୨୦୧୬ରେ ଆରମ୍ଭ ହୋଇଥିବା ଜିଓ ଜରିଆରେ ଭାରତର ମୋବାଇଲ ବଜାରରେ ପ୍ରମୁଖ ସ୍ଥାନ ହାସଲ କରିଛି  ବୋଲି ଫର୍ଚ୍ୟୁନ ଉଲ୍ଲେଖ କରିଛି ।

ଜିଓର ନିର୍ଦ୍ଦେଶକ ମଣ୍ଡଳୀ ସଦସ୍ୟ ଭାବେ ଏହି ଦୁଇ ଜଣ ନିକଟରେ କମ୍ପାନୀର ଫେସବୁକ ସହ ହୋଇଥିବା ୫.୭ ବିଲିୟନ ଡଲାରର ମେଗା ଡିଲ୍ ଚୂଡାନ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଗୁଗୁଲ, କ୍ୱାଲକମ୍ ଓ ଇନଟେଲ ଭଳି ଅଗ୍ରଣୀ ପ୍ରଯ୍ର୍ରୁକ୍ତି କମ୍ପାନୀଙ୍କଠାରୁ ପୁଂଜିନିବେଶ ଆଣିବାରେ ସଫଳ ହୋଇଛନ୍ତି । ଏହି ଭଳି କ୍ରମାଗତ ପୁଂଜି ନିବେଶ ବଳରେ କମ୍ପାନୀର ଘରୋଇ ମୂଲ୍ୟାୟନ ୬୫ ବିଲିୟନ ଡଲାର ହୋଇଥିବା ଫର୍ଚ୍ୟୁନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.