Latest Odisha News

BREAKING NEWS

ଡବ୍ଲ୍ୟୁପିଏଲ: ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗର ଉଦଘାଟନୀ ସଂସ୍କରଣରେ ପ୍ରଥମ ଦଳ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ପ୍ରବେଶ କରିଛି । ଏ ପର୍ଯ୍ୟନ୍ତ ଲିଗ ପର୍ଯ୍ୟାୟର ସମସ୍ତ ମୁକାବିଲାରେ ଦଳ ଭଲ ପ୍ରଦର୍ଶନ କରି ଆସିଛି । ମାର୍ଚ୍ଚ ୨୬ରେ ଫାଇନାଲ ମ୍ୟାଚ ଖେଳାଯିବ । ମାର୍ଚ୍ଚ ୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ୟୁପି ୱାରିୟର୍ସ ମଧ୍ୟରେ ହେବାକୁ ଥିବା ଏଲିମିନେଟର ମ୍ୟାଚ ମାଧ୍ୟମରେ ଦ୍ୱିତୀୟ ଫାଇନାଲିଷ୍ଟ ସ୍ଥିର ହେବ । ମଙ୍ଗଳବାର ଅନ୍ତିମ ଲିଗ ମ୍ୟାଚରେ ଦିଲ୍ଲୀ ୫ ୱିକେଟରେ ୟୁପିକୁ ପରାସ୍ତ କରିଥିଲା । ଏଥିସହ ପଂଏଟ ଟେବୁଲରେ ଦିଲ୍ଲୀ ଶୀର୍ଷ ସ୍ଥାନରେ ରହିଥିଲା । ମୁମ୍ବାଇ ସହ ସମାନ ୧୨ ପଂଏଟ ହାସଲ କରିଥିଲେ ମଧ୍ୟ ରନରେଟ ଆଧାରରେ ବାଜି ମାରିଥିଲା ଦିଲ୍ଲୀ ।

ୟୁପି ଟିମ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୩୮ ରନ ସଂଗ୍ରହ କରିଥିଲା । ଜବାବରେ ଦିଲ୍ଲୀ ୧୭.୫ ଓଭରରେ ୫ ୱିକେଟ ହରାଇ ବିଜୟ ହାସଲ କରି ନେଇଥିଲା । ମାରିୟନ କ୍ୟାପ ୩୪ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଏଲିସ କ୍ୟାପସୀଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା ।

Leave A Reply

Your email address will not be published.