Latest Odisha News

BREAKING NEWS

ବାଜିବ ଦିଲ୍ଲୀ ନିର୍ବାଚନ ବିଗୁଲ, ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଆଜି ବାଜିବ ଦିଲ୍ଲୀ ବିଧାନସଭା ନିର୍ବାଚନ ବିଗୁଲ। କେବେ ପଡ଼ିବ ଭୋଟ୍‌, ଆଉ କେବେ ବାହାରିବ ନିର୍ବାଚନ ଫଳାଫଳ ସେ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ। ତେବେ ଆଜି ଅପରାହ୍ନ ୨ଟାରେ ନିର୍ବାଚନ ଆୟୋଗ ପ୍ରେସମିଟ୍ କରି ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା କରିବେ। ଗୋଟିଏ ପର୍ଯ୍ୟାୟରେ ଦିଲ୍ଲୀରେ ନିର୍ବାଚନ ହୋଇପାରେ ବୋଲି ଆଶା କରାଯାଉଛି।

୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ ଆସନ୍ତା ଫେବ୍ରୁଆରୀ ୨୩ ତାରିଖରେ ସରୁଛି। ତାପୂର୍ବରୁ ହେବ ନିର୍ବାଚନ। ପୂର୍ବରୁ ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇ ଆସିଛି। ଚଳିତ ନିର୍ବାଚ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ହେବ ବୋଲି କୁହାଯାଉଛି। ଅନ୍ୟପଟେ ସୋମବାର ନିର୍ବାଚନ ଆୟୋଗ ଫାଇନାଲ୍‌ ଭୋଟର ତାଲିକା ପ୍ରକାଶ କରିଛନ୍ତି। ଏଥର ଦିଲ୍ଲୀରେ ସମୁଦାୟ ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ଭୋଟର ଅଛନ୍ତି। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩,୪୯,୬୪୫ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭୧,୭୩,୯୫୨ । ସେହିପରି ୧,୨୬୧ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି ।

ସେହିପରି ଏଥର ଦିଲ୍ଲୀରେ ତ୍ରିମୁଖୀ ଲଢ଼େଇ ହେବ। ମୁଖ୍ୟତଃ ଆମ୍ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ଭିତରେ ବିଗ୍ ଫାଇଟ୍ ହେବ। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ହିଁ ପ୍ରାୟ ସବୁ ଦଳ ଜୋରସୋର୍‌ରେ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଜାରି ରହିଛି ଘନ ଘନ ପ୍ରଚାର। ମୈଦାନରେ ଛାଡୁ, ହାତ ଓ ପଦ୍ମ ମଧ୍ୟରେ ଟକ୍କର ଆରମ୍ଭ ହୋଇଯାଇଛି। ସମସ୍ତ ୭୦ଟି ଯାକ ଆସନ ପାଇଁ ଆପ୍‌ ଆଗୁଆ ପ୍ରାର୍ଥୀ ଘୋଷଣା କରିସାରିଛି। ସେହିପରି ବିଜେପି ଓ କଂଗ୍ରେସ ମଧ୍ୟ କିଛି କିଛି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।

 

Comments are closed.