Latest Odisha News

ଘାରିଲା ଏଚଏମପିଭି ଭାଇରସ୍‌ ଚିନ୍ତା, କର୍ଣ୍ଣାଟକକୁ ଫେରିଲା ମାସ୍କ

ନୂଆଦିଲ୍ଲୀ: ପୁଣି ଦେଶକୁ ଘାରିଲା ଭାଇରସ୍ ଚିନ୍ତା। ଭାରତର ୫ ରାଜ୍ୟରେ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ପୁଣି ଆଗକୁ ଲକଡାଉନ୍ ଲାଗୁ ହେବ କି ବୋଲି ବଢ଼ିଛି ଆଶଙ୍କା। ସୋସିଆଲ ମିଡିଆରେ ହ୍ୟାସଟ୍ୟାଗ୍ ଲକଡାଉନ୍ ଟ୍ରେଣ୍ଡ୍ ଚାଲିଛି। ଚାଇନାରେ HMPV ଭୂତାଣୁ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି। କେବଳ ଭାରତ ନୁହେଁ ଏହା ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଖାସ୍ କରି ପିଲାମାନଙ୍କଠାରେ ଏହି ସଂକ୍ରମଣ ଚିହ୍ନଟ ହୋଇଛି।

ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ବିବୃତ୍ତି ରହିଛି। ଏହାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମନ୍ତ୍ରଣାଳୟ କହିଛି। ବଡ଼ କଥା ହେଉଛି ଯେ, କୌଣସି ଆକ୍ରାନ୍ତଙ୍କର ଟ୍ରାଭେଲ ହିଷ୍ଟ୍ରି ନାହିଁ । ଏହି ଭୂତାଣୁରେ ଅଧିକ ଶିଶୁ ଆକ୍ରାନ୍ତ ହେଉଥିବାରୁ ଚିନ୍ତା ବଢ଼ିଛି। କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାର ଏଥିପାଇଁ ଗାଇଡଲାଇନ୍ ଜାରି କରିସାରିଛନ୍ତି।

କର୍ଣ୍ଣାଟକ ସରକାର ଲୋକଙ୍କ ମାସ୍କ ପିନ୍ଧିବା ପାଇଁ ଅପିଲ୍ କରିଥିବା ବେଳେ, ଗହଳି ସ୍ଥାନକୁ ନଯିବା ପାଇଁ ମହାରାଷ୍ଟ୍ରରେ କଟକଣା ଲାଗିଛି। ସେପଟେ HMPVକୁ ନେଇ ଭୟଭୀତ ନହେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ପରାମର୍ଶ ଦେଇଛନ୍ତି। HMPV ନୂଆ ଭୂତାଣୁ ନୁହେଁ, ୨୦୦୧ରେ ପ୍ରଥମେ ଚିହ୍ନଟ ହୋଇଥିଲା। ସ୍ଥିତି ଉପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ICMR, NCDC ତୀକ୍ଷ୍ଣ ନଜର ରଖିଛି ବୋଲି କହିଛନ୍ତି ଜେପି ନଡ୍ଡା।

Comments are closed.