ନୂଆଦିଲ୍ଲୀ: ମାଲବ୍ୟ ନଗର ହୋଟେଲ ଅଗ୍ନିକାଣ୍ଡ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ବୁଧବାର ସକାଳେ ମାଲବ୍ୟ ନଗର ଅଞ୍ଚଳର ‘ଫ୍ଲୋରିଶ୍ ଷ୍ଟେ’ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୧ ଜଣ ବିଦେଶୀ ନାଗରିକଙ୍କ ସମେତ ମୋଟ ୨୧ ଜଣଙ୍କ ଜୀବନ ଯାଇଛି। ସାକେତ କୋର୍ଟ ଏହି ମାଲବ୍ୟ ନଗର ଅଗ୍ନିକାଣ୍ଡ ଘଟଣାର ଅଭିଯୁକ୍ତ ତଥା ମାଲବ୍ୟ ନଗର ହୋଟେଲର ମାଲିକ ଲଭକେଶ ବଜାଜଙ୍କୁ ଚାରି ଦିନର ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି। ଲଭକେଶ ବଜାଜଙ୍କୁ ଗତକାଲି ସନ୍ଧ୍ୟାରେ ଗିରଫ କରାଯାଇଥିଲା ଏବଂ ଆଜି ତାଙ୍କୁ ସାକେତ କୋର୍ଟରେ ହାଜର କରାଯାଇଥିଲା।
ଗିରଫ ପରେ ଦିଲ୍ଲୀ ପୋଲିସ ଆଜି ତାଙ୍କୁ କୋର୍ଟରେ ହାଜର କରିଥିଲା। ଏପଟେ ହୋଟେଲ ମ୍ୟାନେଜର ଜୟ ମିଶ୍ରାଙ୍କୁ ପୋଲିସ ଖୋଜୁଛି ।
ବୁଧବାର ଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳର ଏକ ପ୍ରସିଦ୍ଧ ରେଷ୍ଟୁରାଣ୍ଟରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ଅନେକ ଗୁରୁତର ଆହତ ହୋଇଛନ୍ତି।ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ଉପରାଜ୍ୟପାଳ ସମ୍ପୂର୍ଣ୍ଣ ଅଗ୍ନିକାଣ୍ଡର ମାଜିଷ୍ଟ୍ରେଟ୍ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉକି, ଲଭକେଶ ବଜାଜଙ୍କ ହୋଟେଲରେ ନା ଅଗ୍ନି ନିର୍ବାପନ ଏନଓସି ଥିଲା ନା କୌଣସି ସୁରକ୍ଷା ବ୍ୟବସ୍ଥା ଥିଲା। ଛଅଟି କୋଠରୀ ପାଇଁ ଅନୁମତି ଥିବାବେଳେ ୨୫ଟି କୋଠରୀ ଖୋଲାଯାଇଥିଲା।