Latest Odisha News

BREAKING NEWS

ବିପଦରେ ଛାତ୍ରଛାତ୍ରୀଙ୍କ ଜୀବନ, ବହୁ ବିଦ୍ୟାଳୟକୁ ବୋମାରେ ଉଡେଇଦେବାକୁ ଧମକ

ନୂଆଦିଲ୍ଲୀ: ବିପଦରେ କୋମଳମତୀ ଛାତ୍ରଛାତ୍ରୀଙ୍କ ଜୀବନ । ବିଦ୍ୟାଳୟକୁ ଘାରିଛି ବୋମା ଭୟ । ରାଜଧାନୀ ଦିଲ୍ଲୀର ଅନେକ ବିଦ୍ୟାଳୟକୁ ବମ୍ ପକାଇ ଉଡାଇଦେବାକୁ ଧମକ ମିଳିଛି । ଏହି ସମସ୍ତ ବିଦ୍ୟାଳୟର ଇମେଲକୁ ଏଭଳି ଧମକପୂର୍ଣ୍ଣ ବର୍ତ୍ତା ମିଳିଛି । ଖବର ପାଇ ଦିଲ୍ଲୀ ପୋଲିସ ଧମକ ମିଳିଥିବା ସେ ସମସ୍ତ ସ୍କୁଲରେ ଖୋଜାଖୋଜି କରୁଛି । ତେବେ ଏଯାବତ୍ କୌଣସି ସନ୍ଧିଗ୍ଧ ଜିନିଷ ମିଳିନାହିଁ ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, ଦିଲ୍ଲୀର ୬ଟି ହାଇ ପ୍ରୋଫାଇଲ ସ୍କୁଲକୁ ଏପରି ଇ-ମେଲ୍‌ ଆସିବା ପରେ କର୍ତ୍ତୃପକ୍ଷଙ୍କ ନିଦ ହଜି ଯାଇଛି। ସକାଳୁ ସକାଳୁ ସ୍କୁଲ ପରିସରକୁ ଖାଲି କରି ପୁଲିସ୍‌ ବୋମା ନିଷ୍କ୍ରିୟକାରୀ ଦଳ ତନ ତନ କରି ଖୋଜିବାରେ ଲାଗି ପଡ଼ିଛନ୍ତି । ମାତ୍ର ବମ୍‌ର ସନ୍ଧାନ ମିଳି ପାରି ନ ଥିବା ଜଣାଯାଇଛି। ସେପଟେ ଯେଉଁ ସ୍କୁଲକୁ ଧମକ ମିଳିଛି ସେଠାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପୋଲିସର କହିବାନୁସାରେ, ଇମେଲ ପ୍ରେରକ ଏକାସାଙ୍ଗରେ ଏକାଧିକ ଅନୁଷ୍ଠାନ ଏବଂ ସରକାରୀ ସଂସ୍ଥାକୁ ସମାନ ଇମେଲ ପଠାଇଛି ।

ଧମକ ମିଳିଥିବା ଦିଲ୍ଲୀର ଏହି ୬ଟି ହାଇ ପ୍ରୋଫାଇଲ ସ୍କୁଲ ମଧ୍ୟରେ ଦ୍ୱାରକାସ୍ଥିତ DPS, ମୟୂରବିହାରସ୍ଥିତ ମଦର ମ୍ୟାରି ସ୍କୁଲ, ଓ ନୂଆଦିଲ୍ଲୀର ସଂସ୍କୃତି ସ୍କୁଲ, ବସନ୍ତକୁଞ୍ଜସ୍ଥିତ DPS ସ୍କୁଲ, ଦକ୍ଷିଣ ପଶ୍ଚିମ ଜିଲ୍ଲାରେ ଥିବା DAV ସ୍କୁଲ, ପୁଷ୍ପବିହାରସ୍ଥିତ AMITY ସ୍କୁଲ ରହିଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି, ଗତକାଲିଠାରୁ ଏ ପର୍ଯ୍ୟନ୍ତ ଅନେକ ସ୍ଥାନକୁ ଇମେଲ ଆସିଛି । ଏହି ଇମେଲରେ ଡେଟ୍‌ଲାଇନ ନାହିଁ । ସମାନ ଇମେଲକୁ ଏକାଧିକ ସ୍ଥାନକୁ ପଠାଯାଇଛି ।

Leave A Reply

Your email address will not be published.