Latest Odisha News

ଦିଲ୍ଲୀ ହିଂସା: ଉମର ଖାଲିଦ ବିରୋଧରେ ୟୁଏପିଏ କାନୁନ ଅନୁସାରେ ମୋକଦ୍ଦମା ରୁଜୁ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ଷଡଯନ୍ତ୍ରରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦ ଏବେ ଫସିଛନ୍ତି । ଦିଲ୍ଲୀ ସରକାର ଓ ଗୃହ ମନ୍ତ୍ରଣାଳୟର ଅନୁମତି ପରେ ଏବେ ତାଙ୍କ ବିରୋଧରେ ୟୁଏପିଏ କାନୁନ ଅନୁସାରେ ମୋକଦ୍ଦମା ଚାଲିବ । ପୋଲିସ ଖୁବ୍ ଶୀଘ୍ର ଖଲିଦ ଓ ଶର୍ଜିଲ ଇମାମଙ୍କ ବିରୋଧରେ କୋର୍ଟରେ ଚାର୍ଜଶିଟ ଦାଖଲ କରିଛନ୍ତି ।

ଖାଲିଦଙ୍କ ଓକିଲ ଏଫଆଇଆର କପି, ରିମାଣ୍ଡ ଅର୍ଡର ଓ ମେଡିକାଲ ରିପୋର୍ଟର କପି ଦେବା ପାଇଁ କୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି । ଖଜୁରୀ ଖାସ ଅଂଚଳରେ ଦିଲ୍ଲୀ ହିଂସାକୁ ଉସୁକାଉଥିବା ଅଭିଯୋଗରେ ପୋଲିସ ଖାଲିଦଙ୍କୁ ଅକ୍ଟୋବର ୧ରେ ଗିରଫ କରିଥିଲା ।

Leave A Reply

Your email address will not be published.