Latest Odisha News

BREAKING NEWS

ଆଇପିଏଲ ଏଲିମିନେଟର ମ୍ୟାଚ: ଟସ୍ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତି

ଆବୁଧାବି: ଚଳିତ ଆଇପିଏଲର ଶୁକ୍ରବାର ଖେଳାଯାଉଥିବା ଏଲିମିନେଟର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତି ନେଇଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବ । ବାଙ୍ଗାଲୋର ଚୂଡାନ୍ତ ଦଳରେ ୩ଟି ପରିବର୍ତନ କରିଛି । ଜୋଶ ଫିଲିପ, କ୍ରିସ ମୋରିସ ଓ ଶାହାବାଜ ଅହମ୍ମଦ ବଦଳରେ ଏରୋନ ଫିଂଚ, ଏଡମ ଜାମ୍ପା ଓ ନବଦୀପ ସୈନୀ ସାମିଲ କରିଛି । ହାଇଦ୍ରାବାଦ ରିଦ୍ଧିମାନ ଶାହଙ୍କ ବଦଳରେ ଶ୍ରୀବତ୍ସ ଗୋସ୍ୱାମୀଙ୍କୁ ସାମିଲ କରିଛି ।

ଏହି ମ୍ୟାଚର ବିଜେତା ୮ ନଭେମ୍ବରରେ ଖେଳାଯିବାକୁ ଥିବା କ୍ୱାଲିଫାୟର ୨ରେ ଦିଲ୍ଲୀ କ୍ୟାପଟାଲ୍ସକୁ ଭେଟିବ । କ୍ୱାଲିଫାୟର ୧ରେ ମୁମ୍ବାଇ ଇଣ୍ଡିଆନ୍ସ ୫୭ ରନରେ ଦିଲ୍ଲୀକୁ ହରାଇ ଫାଇନାଲରେ ପ୍ରବେଶ କରିଛି । କ୍ୱାଲିଫାୟର ୨ର ବିଜେତା ମୁମ୍ବାଇକୁ ଭେଟିବ ।

Leave A Reply

Your email address will not be published.