Latest Odisha News

BREAKING NEWS

ତେଲେଙ୍ଗାନା: ପୁଣି ମୁଖ୍ୟମନ୍ତ୍ରୀ ହେଲେ କେ. ଚନ୍ଦ୍ରଶେଖର ରାଓ

ନୂଆଦିଲ୍ଲୀ : ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଦିନ ଶପଥ ଗ୍ରହଣ କରିଛନ୍ତି କେ. ଚନ୍ଦ୍ରଶେଖର ରାଓ । ଏଥିସହିତ କେସିଆର ମୁଖ୍ୟମନ୍ତ୍ରୀ ଭାବେ ତେଲେଙ୍ଗାନାରେ ଲଗାତର ଦ୍ୱିତୀୟ ଇଂନିସ ଆରମ୍ଭ କରିଛନ୍ତି ।

ତେଲେଙ୍ଗାନାର ରାଜଭବନରେ ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିବା ବେଳେ ଏହି ଅବସରରେ ବିଭିନ୍ନ ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ।

କେସିଆରଙ୍କ ଲୋକପ୍ରିୟତା ବଳରେ ଦଳ ବିଧାନସଭା ନିର୍ବାଚନରେ ବହୁମତ ହାସଲ କରି ତେଲେଙ୍ଗାନାରେ ପୁଣି ଥରେ ସରକାର ଗଢ଼ିବାରେ ସଫଳ ହୋଇଛି । ୧୧୯ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନରୁ କଂଗ୍ରେସ, ବିଜେପି ଏବଂ ଅନ୍ୟ ଦଳ ବିପକ୍ଷରେ ନିର୍ବାଚନ ଲଢି କେସିଆରଙ୍କ ଟିଆରଏସ୍ ସଂଖ୍ୟା ଗରିଷ୍ଠତା ଭାବେ ୮୮ଟି ସିଟରେ ବିଜୟ ଲାଭ କରିଥିଲା ।

ଉଲ୍ଲେଖଯୋଗ୍ୟ ଯେ ବିଧାନସଭାର କାର‌୍ୟ୍ୟକାଳ ପୂରିବାକୁ ୧୦ ମାସ ବାକି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଶକର ରାଓ ବିଧାନସଭା ଭଙ୍ଗ ପାଇଁ ସୁପାରିସ କରି ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ ଚାହିଁଥିଲେ।

Leave A Reply

Your email address will not be published.