Latest Odisha News

BREAKING NEWS

ଭୁବନେଶ୍ୱର-ଦୁବାଇ ସିଧାସଳଖ ବିମାନ ସେବା ଲାଗି କେନ୍ଦ୍ର ବେସାମରିକ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର

ଭୁବନେଶ୍ୱର: ଦୁବାଇରେ ରହୁଥିବା ଓଡିଆଙ୍କ ଯାତାୟତ ତଥା ଭୁବନେଶ୍ୱର-ଦୁବାଇ-ଭୁବନେଶ୍ୱର ସିଧା ବିମାନ ସଂଯୋଗ ସ୍ଥାପନ କରିବା ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏନେଇ ଧର୍ମେନ୍ଦ୍ର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ପତ୍ର ଲେଖି ଜଣାଇଛନ୍ତି । ଆହୁରି ମଧ୍ୟ ଉକ୍ତ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ଭୁବନେଶ୍ୱରର ସିଧାସିଧା ବିମାନ ସଂଯୋଗ କେବଳ ଥାଇଲାଣ୍ଡର ବ୍ୟାଙ୍କକ୍ ସହ ରହିଛି ।

ୟୁନାଇଟେଡ୍ ଆରବ୍ ଏମିରେଟସ୍ (ୟୁଏଇ)ର ବିଭିନ୍ନ ଅଞ୍ଚଳରେ ପ୍ରାୟ ୧୫ ହଜାରରୁ ଉଦ୍ଧ୍ୱର୍ ଓଡିଆ ଲୋକ ବସବାସ କରୁଛନ୍ତି । ଏହି ଲୋକମାନେ ନିଜ ରାଜ୍ୟକୁ ଯାତାୟତ କରିବା ସମୟରେ ବିଭିନ୍ନ ପରୋକ୍ଷ ପଥରେ ଯିବାଆସିବା କରିବାକୁ ପଡୁଛି । ୟୁଏଇର ଓଡିଆ ସୋସାଇଟି ଏୟାର ଇଣ୍ଡିଆର ମଧ୍ୟ ପ୍ରାଚ୍ୟ ଅଧିକାରୀଙ୍କ ସହ ସାକ୍ଷାତ୍ କରି ଦୁବାଇ-ଭୁବନେଶ୍ୱର ମଧ୍ୟରେ ସିଧା ବିମାନ ଯୋଗାଯୋଗ ପାଇଁ ଥିବା ଭଲ ଯାତାୟତ ତଥ୍ୟକୁ ସୂଚିତ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଉଡାଣ ହେଲେ ରାଜଧାନୀ ଭୁବନେଶ୍ୱର ସହ ସିଧାସିଧା ଅନ୍ତରାଷ୍ଟ୍ରୀୟ ବିମାନ ଯୋଗାଯୋଗ ପୂର୍ବ ଭାରତର ବିକାଶର ସମ୍ଭାବନାକୁ ଆହୁରି ଶକ୍ତିଶାଳୀ କରିବ ।

ଆହୁରି ମଧ୍ୟ ଭୁବନେଶ୍ୱର ଶିକ୍ଷା, ସ୍ୱାସ୍ଥ୍ୟସେବା, ସଂସ୍କୃତି ଓ ପର୍ଯ୍ୟଟନର କେନ୍ଦ୍ର ଭାବରେ ବିକଶିତ ହୋଇଛି ଓ ସ୍ୱାସ୍ଥ୍ୟ ପର୍ଯ୍ୟଟନ, ସାଂସ୍କୃତିକ ପର୍ଯ୍ୟଟନ ତଥା ଶିକ୍ଷା କ୍ଷେତ୍ରରେ ସଂଯୋଗ ସ୍ଥାପନ ପାଇଁ ଏକ ପ୍ରମୁଖ କେନ୍ଦ୍ର ହୋଇପାରିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.