Latest Odisha News

ଅଯୋଧ୍ୟା ମାମଲା: ଅକ୍ଟୋବର ୧୮ ସୁଦ୍ଧା ସରିବ ଚୂଡାନ୍ତ ଶୁଣାଣି

ନୂଆଦିଲ୍ଲୀ: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାର ଶୁଣାଣି ମାସେ ମଧ୍ୟରେ ଶେଷ କରିବାକୁ ସୁପ୍ରିମକୋର୍ଟ ବୁଧବାର ଦିନ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ମଧ୍ୟ ଏହି ସମୟ ସୀମା ଭିତରେ ଯଦି ସବୁ ପକ୍ଷ ଚାହାଁନ୍ତି, ତେବେ ସେମାନେ ନିଜ ନିଜ ମଧ୍ୟରେ ଆପୋଷ ବୁଝାମଣା ତଥା ମଧ୍ୟସ୍ଥ ଜରିଆରେ ବିବାଦର ସମାଧାନ କରିପାରନ୍ତି ବୋଲି କୋର୍ଟ କହିଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ଏହି ମାମଲାର ଚୂଡାନ୍ତ ଶୁଣାଣି ଆସନ୍ତା ଅକ୍ଟୋବର ୧୮ ତାରିଖକୁ ଧାର୍ଯ୍ୟ କରିଛନ୍ତି । ଏହି ଖଣ୍ଡପୀଠରେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ ଏସ.ଏ ବୋବଡେ, ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଓ ଏସଏ୍ ନଜିର୍ ପ୍ରମୁଖ ସାମିଲ ରହିଛନ୍ତି ।

ଉଲ୍ଲେଖଯୋଗ୍ୟ, ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାର ସମାଧାନ କରିବାରେ ମଧ୍ୟସ୍ଥତା କମିଟି ବିଫଳ ହେବା ପରେ ସୁପ୍ରିମକୋର୍ଟ ଏହି ମାମଲାର ଦୈନିକ ଶୁଣାଣି କରିବା ଲାଗି ନିଷ୍ପତ୍ତି ନେଇଥିଲେ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ ନଭେମ୍ବର ୧୭ ତାରିଖରେ ଅବସର ଗ୍ରହଣ କରିବେ ।

Leave A Reply

Your email address will not be published.